ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଠାରେ ବିଶ୍ଵ ତମାଖୁ କର୍କଟ ଦିବସ ପାଳନ କରାଯାଇଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ବାରିପଦା ସହର ପରିକ୍ରମା କରି ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗ ସମ୍ବନ୍ଧରେ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ତମାଖୁର ବ୍ୟବହାର ଓ ଏହାର କୁପ୍ରଭାବ ସ୍ୱରୂପ ନିଜେ ମାରାତ୍ମକ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିବା ସହିତ ନିଜ ପରିବାରବର୍ଗଙ୍କୁ କିପରି ଏକ ଦୁଃଖଦ ଅନିଶ୍ଚିତ ଭବିଷ୍ୟତ ଆଡକୁ ଟାଣି ନେଇ ଯାଇଥାନ୍ତି ସେ ବିଷୟରେ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସଚେତନଧର୍ମୀ ବାର୍ତ୍ତା ଜରିଆରେ ଅବଗତ କରାଇଥିଲେ । ଏହି ଅବସରରେ ବିଭିନ୍ନ ଲୋକମାନଙ୍କୁ ଓ ପାନ ଦୋକାନ ମାନଙ୍କରେ ତମାଖୁ ବ୍ୟବହାରର ଭୟାବହତା ଉପରେ ବୁଝାଯାଇଥିଲା । ଏଥି ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ସଭାର ମଧ୍ୟ ଆୟୋଜନ କରଯାଇଥିଲା । ଏହି ସଭାରେ ଡାକ୍ତର ଶାନ୍ତନୁ ଦାସ ନୋଡାଲ ଅଫିସର କର୍କଟ ବିଭାଗର ବିଭିନ୍ନ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକ ପଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଘାସିରାମ ମୁର୍ମୁ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ମୁଖ ଗହ୍ଵର କର୍କଟର ଭୟାବହତା ବିଷୟରେ ଆଲୋକ ପଟ କରିଥିଲେ । ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି କିଭଳି କର୍କଟ ରୋଗର ସହଲ ଚିହ୍ନଟ କାରଣ ହୋଇପାରିବ ସେ ବିଷୟରେ ଆଲୋକ ପଟ କରିଥିଲେ । ଡାକ୍ତର ସୌମ୍ୟ ରଞ୍ଜନ ନାୟକ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ବିଭିନ୍ନ କର୍କଟ ରୋଗର କାରଣ ଓ ଏଥିଲାଗି ଭେକ୍ସିନେ ନେଇ ପାରିବ ସେ ବିଷୟରେ ଆଲୋଚନ କରିଥିଲେ । ଏଥିରେ ସରକାରୀ ଏଏନ୍‌ଏମ୍‌ ଟିସି ର ଛାତ୍ରଛାତ୍ରୀ ଓ ସିଏଚ୍‌ଓ ମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ କୁଳିଅଣା, ଠାକୁରମୁଣ୍ଡା ଓ ବଦମପହଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୁଖ, ସ୍ତନ ଓ ଜରାୟୁ କର୍କଟ ରୋଗର ଚିହ୍ନଟୀକରଣ ଲାଗି ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅନୁଷୟ ମହନ୍ତ, ଭାରତୀ ଆରୁଖ, ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଧନୁ ମୁର୍ମୁ, ଗଣେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.