ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଆମ୍ବପୁଆ ମୌଜାରେ ପ୍ରତିଷ୍ଠିତ ହୋଇଥିବା ଏଲ୍. ଭି.ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଏମ୍.କେ.ସି.ଜି. ହସ୍ପିଟାଲ ଏବଂ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ପ୍ରତିଷ୍ଠିତ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଚକ୍ଷୁ ଚିକିତ୍ସା କେନ୍ଦ୍ରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ପ୍ରତିଷ୍ଠାନର ଶୁଭକାମନା କରି ଆବଶ୍ୟକ ସ୍ଥଳେ ସରକାରୀ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦିଆଯିବ ବୋଲି ମତପ୍ରକାଶ କରିଛନ୍ତି । ଭୁବନେଶ୍ୱର ଏଲ୍. ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନର ଚକ୍ଷୁ ବିଶେଷଜ୍ଞ (ଗ୍ଲୋକୋମା ଓ କାଟ୍ରାକ୍ଟ) ଡ଼ାକ୍ତର ଅଭିକ୍ କୁମାର୍ ରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଲ୍. ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନ ତଥା ହସ୍ପିଟାଲର ଆଭିମୁଖ୍ୟ ଓ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥି ଭାବେ ଯୋଗ ଦେଇଥିବା ଡାକ୍ତର ହରିତା (ହାଇଦ୍ରାବାଦ), ବିଶିଷ୍ଟ ସମାଜସେବୀ ତଥା ତ୍ରିରଙ୍ଗା ସେବା ସଂଘର ପ୍ରତିଷ୍ଠାତା ରଞ୍ଜନ କୁମାର୍ ସାହୁ ଛତ୍ରପୁର ବ୍ଳକ୍ ସି.ଡ଼ି.ପି.ଓ. ଶ୍ରୀମତୀ ପ୍ରଣମିତା ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି / ଅତିଥି ଯୋଗଦେଇ ଏହି ବାର୍ଷିକୀ ସମାରୋହକୁ ସଫଲ୍ୟ କରିଥିଲେ । ଅନୁଷ୍ଠାନର ଡ଼ାକ୍ତର ଶିକ୍ଷା ମହାରଣା ସଭା ପରିଚାଳନା କରିଥିଲେ । ପତିଚାଳିକା ଶ୍ରୀମତୀ ସ୍ମିତା ରାଉଳ, ରିଜିଓନାଲ ମ୍ୟାନେଜର ଆଲୋକ କୁମାର ସ୍ୱାଇଁ ପ୍ରମୁଖ ଏହି
କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଯଶସ୍ୱିନୀ ନନ୍ଦ ଧନ୍ୟବାଦ୍ ଜଣାଇଥିଲେ । ଆଶୁ ଆରୋଗ୍ୟ ଲାଭ କରିଥିବା ଚକ୍ଷୁ ରୋଗୀମାନେ ପ୍ରତିଷ୍ଠାନର ଡ଼ାକ୍ତରୀଦଳଙ୍କୁ ସାଧୁବାଦ ଜଣାଇଥିବା ବେଳେ ଏହି କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ, ସମାଜସେବାରେ ଅବଦାନ ଥିବା ଅନେକ ବ୍ୟକ୍ତି ବିଶେଷ୍ୟଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

Leave A Reply

Your email address will not be published.