ବ୍ରହ୍ମପୁର, (କେପିଏନ୍ଏସ୍) : ଗଂଜାମ ଜିଲ୍ଲା ବ୍ରହ୍ମପୁର ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ (ଡିଏଲ୍ଏସ୍ଏ) ଆଜି ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ନ୍ୟାୟାଧୀଶ, ଜିଲ୍ଲା ମାଜିଷ୍ଟ୍ରେଟ୍, ବ୍ରହ୍ମପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବ୍ରହ୍ମପୁର କମିଶନର୍, ପ୍ୟାନେଲ୍ ଲୟର୍, ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଅବସରରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାନବାଧିକାର ଦିବସ ପାଳନ ଆରମ୍ଭ ପାଇଁ ସ୍ଥିର କରିଥିଲା । ଏହି ଅବସରରେ ଜିଲ୍ଲାପାଳ ମାନବ ଚାଲାଣ ଉଦ୍ଧାରରୁ ପୁନର୍ବାସ ପର୍ଯ୍ୟନ୍ତ ସକ୍ରିୟ ପଦକ୍ଷେପ ନିଆ ଯିବ ବୋଲି କହିଥିଲେ । ବ୍ରହ୍ମପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ମାନବ ତସକରୀର ଗୁରୁତ୍ୱ ଓ ପୁଲିସଙ୍କ ଭୂମିକା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ । ଆଇ ଯେ ଏମର ପ୍ରତିନିଧି ସମିଳନୀରେ ଓଡ଼ିଶାରେ ବନ୍ଧକ ଶ୍ରମର ପ୍ରଚଳନ ସମସ୍ୟା, ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଗଞ୍ଜାମ ଓ ଯାଜପୁରର ଉଦ୍ଧାର ଘଟଣା ସମ୍ବନ୍ଧରେ ବ୍ୟାପକ ଭାବରେ ଉପସ୍ଥାପନା କରିଥିଲେ । ଜିଲ୍ଲା ନ୍ୟାୟାଧୀଶ ଦୁର୍ବଳ ପୀଡିତ ବୟାନର କାରଣରୁ ମାମଲା ବିଫଳ ହେବା ଉପରେ ଚିନ୍ତା ବ୍ୟକ୍ତ କରି, ପୀଡିତ–ସାକ୍ଷୀ ସହାଯୋଗ, ପରାମର୍ଶ ଏବଂ ସୁରକ୍ଷା ବୃଦ୍ଧିର ଆବଶ୍ୟକତା ଉପରେ ମତବ୍ୟକ୍ତ ଦେଇଥିଲେ । ପବ୍ଲିକ ପ୍ରୋସିକ୍ୟୁଟର୍ ମଧ୍ୟ ବୈଧ ପ୍ରକ୍ରିୟାର ସମୟୋପଯୋଗୀ ପାଳନକୁ ଗୁରୁତ୍ୱ ଦେବକଥ ପ୍ରକାଶ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ସାମୂହିକ ପ୍ରୟାସ ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।