ଜିଲ୍ଲା ସ୍ତରୀୟ ଗଣ୍ଡାବଜା ମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଣ୍ଡାବଜାକୁ ପ୍ରୋତ୍ସାହନ, ସମ୍ମାନ ପ୍ରଦାନ ଏବଂ ଏହାର ସୁରକ୍ଷାକୁ ଏକ ସକରାତ୍ମକ ଦିଗ ଦେବା ଉଦ୍ଦେଶ୍ୟରେ ଗଣ୍ଡାବଜା ମହୋତ୍ସବ ୨୦୨୫ କୋଶଳ କଳାମଣ୍ଡଳ ପଡିଆରେ ଡ. ନିଳାଂଚଳ ନନ୍ଦଙ୍କ ଆବାହକତ୍ୱ ଏବଂ ତରଣୀସେନ ଦୀପଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସିଡିଓ ବଲାଙ୍ଗିର ତରଣୀ ସୁନା, ମୁଖ୍ୟବକ୍ତା ଡ. ବାସୁଦେବ ସୁନାନି ଅବସରପ୍ରାପ୍ତ ଡେପୁଟି କମିଶନର (ଭାରତ ସରକାର), ସ୍ୱତନ୍ତ୍ର ଅତିଥି ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ, ଡିସିଓ ରଶ୍ମି ରଂଜନ ମିଶ୍ର, ବରିଷ୍ଠ କଣ୍ଠଶିଳ୍ପୀ ନବୀନ କୁଅଁର, ବିଜୟ ବାରିକ, ବାସୁଦେବ ମୁଗ୍ରୀ, ଦଣ୍ଡ ଢୋଲ ବାଦକ ମଗଶିର ନନ୍ଦ ପ୍ରମୁଖ ଯୋଗ ଦେଇ ଗଣ୍ଡାବଜାର ସ୍ଥିତି ଏବଂ ବୈଜ୍ଞାନିକ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ମଂଚରେ ଗଣ୍ଡାବଜାକୁ ପୂଜା କରିବା ପରେ ୩୦ଗୋଟି ଗଣ୍ଡାବଜା ଦଳ ସହର ପରିକ୍ରମା ପରେ ଗଣ୍ଡାବଜା ଉପରେ ନେପାଲ ଚନ୍ଦ୍ର ବାଗଙ୍କ ସଂଯୋଜନାରେ ୧୫ ଜଣ କବିଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା । ପରେ ଦିଲ୍ଲୀପ ଦୀପଙ୍କ ସଂଯୋଜନାରେ ୪୨ ଗୋଟି ଗଣ୍ଡାବଜା ଦଳ ମଂଚରେ ତାଙ୍କ ପ୍ରଦର୍ଶନ ପରେ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ଜନ୍ମ ବାରିକ, ଗବେଷକ ଅଶୋକ ଦୀପ ଏବଂ ଗବେଷକ ବିପିନ ବିହାରୀ ବାରିକଙ୍କ ତତ୍ତ୍ୱାବଧାନରେ କଳା ସଂସ୍କୃତି ଓ ସାମାଜିକ କ୍ଷେତ୍ରର ବହୁ ମାନ୍ୟଗନ୍ୟ ବ୍ୟକ୍ତି, ବରିଷ୍ଠ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର, ଦିଲୀପ ବାଗ, କିଶୋର ବାଗ, ଅର୍ଜୁନ ମୁଗ୍ରୀ, ଭରତ ନାଗ, ଲକ୍ଷ୍ମୀକାନ୍ତ ନାଗ, ଟିକୁ ନନ୍ଦ, ଲକ୍ଷ୍ମଣ ନନ୍ଦ, କିର୍ତ୍ତନ ଦୀପ, ଶମ୍ଭୁ ନାଗ, ସୀତାରାମ କୁମ୍ଭାର, ଜ୍ୟୋତିଷ ମୁଗ୍ରୀ, ସୂର୍ଯ୍ୟମଣି ସୁନା, ନାଟ୍ୟକାର ପ୍ରକାଶ ଚନ୍ଦ୍ର ଥନାପତି, ସମ୍ବାଦିକ ସନ୍ଦୀପ କୁଅଁର, ଅଭିନେତା ହିମାଂଶୁ ଖମାରୀ, ବିନୋଦ କାଲସାଏ, ଲଳିତ ପୁଜାରୀ, ପଂଚାନନ ସେଠ, ଏନ୍‌ଏଫ୍‌ଆଇଡିର ପ୍ରଭାତ ମହାନନ୍ଦ, ସବିତା ନନ୍ଦ, ରୁପାଲି ମହାନନ୍ଦ, ଡ. ବାସନ୍ତୀ ନନ୍ଦ, ଜପ ମୁଗ୍ରୀ, ସୁରେଶ ବାରିକ, ନବୀନ ବେହେରା, ନିହାଲ ସିଂ, ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଆବାହକ ଡ. ନିଳାଂଚଳ ନନ୍ଦ ଧନ୍ୟବାଦ ଦେଇ କାର୍ଯ୍ୟ ସମାପନ କରିଥିଲେ ।

Leave A Reply

Your email address will not be published.