ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦର୍ଶ ଶିକ୍ଷକ ନାଟ୍ୟ ସଂକୀର୍ତ୍ତନ ଗୁରୁ, ଗୀତିକାର, ମୃଦଙ୍ଗ ବାଦକ ତଥା ଶ୍ରୀରାମ ମନ୍ଦିର, ବାନ୍ଧନଘୋରର ପ୍ରତିଷ୍ଠାତା ସ୍ୱର୍ଗତ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ଅଷ୍ଟମ ପୂଣ୍ୟ ତିଥି ଶ୍ରାଦ୍ଧ ଦିବସ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗ୍ରାମ ଠାରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଗୁରୁ ପୁତ୍ର ତଥା କବି, କଳା ସଂଗଠକ ମଳୟ ଆନନ୍ଦ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମବାସୀ ଓ କଳାକାର ଯୋଗଦେଇଥିଲା । ପ୍ରାରମ୍ଭରେ ଗୁରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ଦୀପ ପ୍ରଜ୍ଜ୍ୱଳନ ପରେ ବରିଷ୍ଠ ସଂକୀର୍ତ୍ତନ ଗୁରୁ ପରମାନନ୍ଦ ମାଝି, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସ୍ୱଦାନ ବିଶୁ, ଗୁରୁ ଦିଲୀପ ପାଣ୍ଡିଆ, କଳା ସଂଗଠକ ବିକାଶ ରଞ୍ଜନ ରଥ ପ୍ରମୁଖ ଗୁରୁଙ୍କର ସ୍ମୃତିଚାରଣ କରିଥିଲେ । ପ୍ରକାଶ ଥାଉକି ସ୍ୱର୍ଗତ ତ୍ରିପାଠୀ ତେର ଖଣ୍ଡରୁ ଉଦ୍ଧ୍ୱର୍ ପୁସ୍ତକ, ଦୁଇଶହ ଭଜନ ଜଣାଣର ସ୍ରଷ୍ଟା । ଏ ଅବସରରେ ଗୁରୁଜୀଙ୍କ ସ୍ମୃତିରେ କିର୍ତ୍ତନ ଓ ନାଟକରେ ସାଧନା ଜାରି ରଖିଥିବା ବିଶିଷ୍ଟ ଗୁରୁ ଧୃବ ଠାକୁର, ସୁଲଭ ଭୁଏ, ମୋହନ ଜୁଆଡି, ଲମ୍ବୋଦର ସାହୁ, ଥନାପତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଶ୍ରୀରାମ କିର୍ତ୍ତନ ଧାରାର ତତ୍ତ୍ୱାବଧାରକ ଗୁରୁ ମନ୍ମୟ ତ୍ରିପାଠି ତଥା ନିର୍ଦ୍ଦେଶକ ଅରୁଣ ଖାଡିଆଙ୍କ ପରିଚାଳନାରେ ଗାୟିକା ବୃନ୍ଦାବତୀ ଷାଣ୍ଢ, ଆନନ୍ଦିନୀ ନାଏକ, ବାୟକ ସପନ ମେହେର ଓ ଶିଶୁ ବଗର୍ତ୍ତି ଓ କଳାକାରଙ୍କ ଦ୍ୱାରା ବିଳମ୍ବତ ରାତ୍ରି ପର୍ଯ୍ୟନ୍ତ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । ଗୁରୁ ନୀଳାମ୍ବର ନାଏକ ବାଦ୍ୟ ଯନ୍ତ୍ରରେ ସହାୟତା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଗୁରୁଙ୍କ ପରିବାରର ସମସ୍ତ ସଦସ୍ୟ, ଶ୍ରୀମୟ ତ୍ରିପାଠି, ଚିଙ୍କୁ ପ୍ରଧାନ, ସର୍ବଜିତ ତ୍ରିପାଠି, ସୁରେଶ ବୁଡେକ, ଅନାଦି ମାଝି, ଗୋପାଳ ପଧାନ, ମୁଖୀ ମାଝି, ହିମାଂଶୁ ମେହେର ଏବଂ ବାନ୍ଧନଘୋର ଗ୍ରାମବାସୀ ଓ ଆଖପାଖ ଅଂଚଳର ଶିଷ୍ୟ, କଳା ପ୍ରେମୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Prev Post
Next Post