ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଏବଂ ବନ ମହୋତ୍ସବ ପାଳନ ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘନିପୂର, ଘୋରଡିଆ ପରିସରରେ ଇଣ୍ଟେଲେକ୍‌ଚୁଆଲ୍‌ କ୍ଲବ ଘୋରଡିଆ ଓ ନେହେରୁ ଯୁବ କେନ୍ଦ୍ର, ପୁରୀ ମିଳିତ ଆନୁକୂଲ୍ୟରେ ବୁଧବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ତଥା ପରିବେଶବିତ୍‌ ଦିଲ୍ଲୀପ କୁମାର ଧାଉଡିଆଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଁଜୁସା କୁମାରୀ ଦେଇ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସର୍ବେଶ୍ଵର ଭୁଜବଳ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବନମାଳୀ ସାହୁ, ଅକ୍ଷୟ କୁମାର ପଣ୍ଡା, ସସ୍ମିତା ବଳବନ୍ତରାୟ, ସୁପ୍ରଭା ସାହୁ, ସକିନା ବେଗମ, ବିଭୁଦତ୍ତ କଲାଚାନ୍ଦ ପ୍ରଧାନ, ସୁରେନ୍ଦ୍ର କୁମାର ବେହେରା, ବିଭୁତିଭୂଷଣ ପାଟଶାଣୀ ରବୀନ୍ଦ୍ର କୁମାର ସିଙ୍ଗ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ଶିକ୍ଷକ ବନମାଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.