ଗଙ୍ଗାଧର ମେହେର ଥିଲେ ଓଡ଼ିଆ କାବ୍ୟ ସାହିତ୍ୟର ଭଗୀରଥ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଙ୍ଗାଧର କେବଳ ଜଣେ କବି ନଥିଲେ । ପଶ୍ଚିମ ଓଡ଼ିଶାର ସାହିତ୍ୟିକ ଜାଗରଣ କ୍ଷେତ୍ରରେ ସେ ଥିଲେ ଅଗ୍ର ପଥିକ । ସେ କେବଳ ଓଡ଼ିଆ କାବ୍ୟକୁ ସୌନ୍ଦର୍ଯ୍ୟରେ ବିଭୂଷିତ କରିନଥିଲେ ; ସାଂସ୍କୃତିକ କ୍ଷେତ୍ରରେ ପ୍ରାକୃତିକ ଓଡ଼ିଶାର ଏକତ୍ୱକୁ ପ୍ରତିଷ୍ଠା ମଧ୍ୟ କରିଥିଲେ । ତାଙ୍କର ଭାବୋଦ୍ଦୀପକ କବିତା ‘ଭୂମିରୁ ଭୂମା’ ଏବଂ ‘ବିନ୍ଦୁରୁ ସିନ୍ଧୁ’କୁ ପରିବ୍ୟାପ୍ତ । ତାଙ୍କର କବିତା ବୌଦ୍ଧିକତାରେ ଭରିରହିଥିଲେ ମଧ୍ୟ ସହଜରେ ପାଠକର ହୃଦୟକୁ ଛୁଇଁ ଯାଏ । ଗଙ୍ଗାଧରଙ୍କ ସୃଷ୍ଟିରେ ପ୍ରକୃତି ଜଡ଼ ନୁହେଁ, ଜୀବନ୍ତ । ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲରେ ସମାଜ ସେବୀ ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରି ବକ୍ତାମାନେ ସ୍ୱଭାବ କବି ଗଙ୍ଗାଧର ମେହେର ଦୃଷ୍ଟି ଓ ଦର୍ଶନ ଶୀର୍ଷକରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ପ୍ରଫେସର ଡ. ସମର ମୁଦାଲି ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ପ୍ରଣତି ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱଭାବ କବିଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପାର୍ଘ୍ୟ ଅର୍ପଣ ପରେ ଅନୁଷ୍ଠାନର କଳାକାର ମାନେ ସ୍ୱାଗତ ସଙ୍ଗୀତ ଏବଂ ଗଙ୍ଗାଧରଙ୍କ କବିତା ଗାନ କରିଥିଲେ । ସୁଦୂର ଭଦ୍ରକରୁ ଆସିଥିବା ବଂଶୀବାଦକ ସୁରେଶ ଚନ୍ଦ୍ର ଜେନା ଗଙ୍ଗାଧରଙ୍କ କବିତାକୁ ବଂଶୀ ଶ୍ବନରେ ପରିବେଷଣ କରି ପରିବେଶକୁ ମନ୍ତ୍ରାୟିତ କରିଥିଲେ । ଡ. କିଶୋରୀ ଦାଶ ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ନିଖିଳେଶ୍ୱର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟୟେରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଂଯୋଜନାରେ ମଞ୍ଜୁଳା କୁମାରୀ ରଥ, ରଶ୍ମି ବାଳା ରାଉତରାୟ, ସତ୍ୟନାରାୟଣ ଦାଶ, ବଳରାମ ଦାସ, କିଶୋରୀ ଦାଶ, ପ୍ରଣତି ବେହେରା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ତ୍ରିନାଥ ସିଂହ, ଡା. ଗୀତାଞ୍ଜଳି ପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ, ଲକ୍ଷ୍ମଣ ନାଥ ଦାସ, ବାବାଜୀ ଚରଣ ବିଶ୍ୱାଳ, ଅନିନ୍ଦିତା ମାଇତି, ଉମାକାନ୍ତ ମଲ୍ଲିକଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହାୟତା କରିଥିବାବେଳେ ଆଶୁତୋଷ ଜ୍ୟୋତିଷି, ହରିହର ଶତପଥୀ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଅକ୍ଷୟ କୁମାର ଦାସ, ଅକ୍ଷୟ କୁମାର ଧଳ, ବିବେକାନନ୍ଦ ଦାସ, ଦେବବ୍ରତ ପଟ୍ଟନାୟକ, ଅଜୟ କୁମାର ପଟ୍ଟନାୟକ, ନରେନ୍ଦ୍ର ମିଶ୍ର, ଗୌରିଶଙ୍କର ପ୍ରଧାନ, ପ୍ରଭାତ ଚନ୍ଦ୍ର ଲେଙ୍କା, ସଞ୍ଜୟ କୁମାର ଷଡ଼ଙ୍ଗୀ, ସଂଧ୍ୟା ରାଣୀ ଲେଙ୍କା, ତୁଳସୀ ବଲ୍ଲଭ ଦାସ ପ୍ରମୁଖ ବହୁ ସାହିତ୍ୟ -ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.