ମୁରିବାହାଲରେ ମହାନ ଉତ୍ସାହର ସହିତ ସ୍ୱାଧୀନତା ଦିବସ ପାଳନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍ ମୁରିବାହାଲ ଠାରେ ଦେଶପ୍ରେମ ଜୀବନ୍ତ ହୋଇ ଉଠିଥିଲା ଯେତେବେଳେ ଅଞ୍ଚଳବାସୀ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିଲେ । ସ୍ଥାନୀୟ ସମ୍ପ୍ରଦାୟ କେନ୍ଦ୍ରରେ ଏକ ଭବ୍ୟ ପତାକା ଉତ୍ତୋଳନ ସମାରୋହ ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଝସକେତନ ଶବର, ଶିକ୍ଷକଶିକ୍ଷୟତ୍ରୀ ପ୍ରଶାନ୍ତ ମହାପାତ୍ର, ଖଗେଶ୍ୱର ବେହେରା, ଜଗବନ୍ଧୁ ଭୋଇ, ତୃପ୍ତିମୟୀ ହୋତା, ପ୍ରିୟଙ୍କା ସାହୁ, ସୋନାଲି ମହାନ୍ତି, ସ୍କୁଲ କମିଟି ହରି ପୁଞ୍ଜି, ପିତାମ୍ବର ଦୀପ ବଂଶୀ ହଂସ, ସହଯୋଗକାରୀ ମହେନ୍ଦ୍ର ହଂସ ଉପସ୍ଥିତି ରହିଥିଲେ । ଗାଁ ପରିକ୍ରମା କରି ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗ୍ରାମବାସୀମାନେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.