centurian jitm

ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଶାଖ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ

nschool
  • ମଧୁବାବୁ ଥିଲେ କୋଟିଏରେ ଗୋଟିଏ ଏବଂ ବିରଳ ବ୍ୟକ୍ତିତ୍ୱ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଶାଖା ପକ୍ଷରୁ ସ୍ୱାଭିମାନ ଦିବସ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସଭାପତି ଡ଼ଃ ଶ୍ୱାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସମ୍ପାଦକ ଆଶୁକବି ଡଃ ହେମନ୍ତ କୁମାର ଦାଶ ସଭାସଞ୍ଚାଳନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ “ମଧୁବାବୁ ଥିଲେ କୋଟିଏରେ ଗୋଟିଏ ଏବଂ ବିରଳ ବ୍ୟକ୍ତିତ୍ୱ” । ଏଥିରେ ବିଶିଷ୍ଟ ଶିକ୍ଷାବିତ ଯୁଗଳ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ କବି ସନ୍ତୋଷ କୁମାର ବେହେରା ମଞ୍ଚାସୀନ ଥିଲେ । ଏହି ଅବସରରେ କବି ଭକ୍ତ ବନ୍ଧୁ ସାହୁ ଓ ଚୁଟୁ ନାଗଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କବୟିତ୍ରୀ ବବିତା ନାୟକ, ହୀରାବତୀ ସାହୁ, କନକଲତା ପଣ୍ଡା, ତୃପ୍ତି ମୟୀ ତ୍ରିପାଠୀ ଓ କବି ସ୍ନେହାଶୀଷ ତ୍ରିପାଠୀ ମଧୁବାବୁଙ୍କ ରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ କବି ଭକ୍ତ ବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.