centurian jitm

ଆରଏମସି ତରଫରୁ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହେଲା ଓଡ଼ିଆ ପକ୍ଷ

nschool
  • ଆରଏମସି ପରିସରରେ ପଣା ସଂକ୍ରାନ୍ତି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ତରଫରୁ ମହାଆଡମ୍ବର ସହକାରେ ଓଡ଼ିଶା ପକ୍ଷ ପାଳିତ ହୋଇଯାଇଛି । ଚଳିତ ବର୍ଷ ପ୍ରଥମଥର ପାଇଁ ଏପ୍ରିଲ ୧ ଓଡ଼ିଶା ଦିବସ ଠାରୁ ଏପ୍ରିଲ ୧୪ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଥିବା ବେଳେ ଆରଏମସି ତରଫରୁ ଓଡ଼ିଆ ଖାଦ୍ୟ, ପୋଷାକ, ସଂସ୍କୃତି, ପରମ୍ପରାକୁ ନେଇ ବିବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଦିବସକୁ ମହାସମାରୋହରେ ପାଳନ କରାଯାଇଥିବା ବେଳେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିସହ ସ୍ଵଦେଶୀ ଓଡ଼ିଆ ପୋଷାକର ପ୍ରଚାର ଓ ପ୍ରସାର ନିମନ୍ତେ ଆରଏମସିର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସ୍ଥାନୀୟ ବୁଣାକାରମାନଙ୍କ ହସ୍ତ ତିଆରି ପୋଷାକ ପରିଧାନ କରି ଓଡ଼ିଆ ପକ୍ଷର ମହାପର୍ବରେ ସାମିଲ ହୋଇ ଆମ ପୋଷାକ, ଆମ ପରିଚୟ ଅଭିଯାନରେ ସାମିଲ ହୋଇଥିଲେ । ସହରର ଦୋକାନ ମାନଙ୍କରେ ଓଡ଼ିଆ ନାମଫଳକର ବ୍ୟବହାର ନିମନ୍ତେ ରାଉରେକଲା ଜିଲ୍ଲା ଶ୍ରମ ବିଭାଗ ତରଫରୁ ‘ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା’ର ଆୟୋଜନ କରାଯାଇଥିଲା । ଓଡ଼ିଆ ପକ୍ଷ ପାଳନ ଅବସରରେ ‘ସ୍ଵଚ୍ଛତା ଅଭିଯାନ’ରେ ରାଉରକେଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହନୁମାନ ବାଟିକା ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏକାଠି ହୋଇ ହନୁମାନ ବାଟିକା ପରିସର ସଫେଇ କରିଥିଲେ । ଏହା ସହ ମହାନଗର ନିଗମରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ଝୋଟି, ରଙ୍ଗୋଲି ଓ ହୁଳହୁଳି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ଏହା ବ୍ୟତୀତ ପାରମ୍ପରିକ ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ‘ଆମ ରୁଚି, ଆମ ଖାଦ୍ୟ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ରାଉରକେଲା ମହାନଗର ନିଗମର କର୍ମଚାରୀମାନେ ବିଭିନ୍ନ ଓଡ଼ିଆ ପିଠା, ମିଠା ଭଳି ବିଭିନ୍ନ ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନର ପରିବେଷଣ କରିଥିଲେ । ଏହା ସହ ଓଡ଼ିଆ ପକ୍ଷର ଅନ୍ତିମ ଦିନରେ ପଣା ସଂକ୍ରାନ୍ତି ଅବସରରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଡେପୁଟି କମିଶନର ବିଶ୍ଵ ରଞ୍ଜନ ମଲ୍ଲିକ, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ପଣା ବିତରଣ କରାଯାଇଥିଲା ।

Leave A Reply

Your email address will not be published.