centurian jitm

ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁନିସିପେଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସ୍ଵାଧୀନ ରଥଙ୍କ ତତ୍ତ୍ଵାବଧାନରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ସୋମବାର ପାଳିତ ହେଇଯାଇଛି । ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ “ସୁସ୍ଥ ଅୟମାରମ୍ଭ ଆଶାଦୀପ୍ତ ଭବିଷ୍ୟତ”ର ସ୍ଲୋଗାନ ସହ ସଭାକୁ ସମ୍ବୋଧନ କଲେ ଡ଼ା ରଥ । ସର୍ବୋପରି ସ୍ଵଚ୍ଛତାକୁ ସମ୍ମାନ ଜଣାଇ ଲୋକଙ୍କୁ ସଚେତନତା କରିବା ଦିଗରେ ବ୍ଲିଚିଂଙ୍ଗ ପାଉଡର ବଣ୍ଟନ, ଦିବ୍ୟାଙ୍ଗ ପିଲା ମାନଙ୍କୁ ଗୋଲାପ ଫୁଲ ବଣ୍ଟନ ସହ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ୱାସ୍ଥ୍ୟ ଦିବସ ସାଂଗକୁ ଗର୍ଭବତୀ ମାଆ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ, ଏକ ସ୍ୱାସ୍ଥ୍ୟକର ପରିବାର ଓ ଗୋଷ୍ଠୀର ଭିତ୍ତିଭୂମି ଯାହା ଆମ ସମସ୍ତଙ୍କ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସହଯୋଗ କରିବ । ଯାହା ଦ୍ଵାରା ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିବେଶ କଲେ ଅର୍ଥନୈତିକ ବିକାଶ ସହ ଏକ ସୁସ୍ଥ ସବଳ ସମାଜ ଗଠନ କରିବାରେ ସମ୍ଭବ ହୋଇପାରିବ ବୋଲି ସମ୍ବୋଧନ କଲେ । ଉକ୍ତ ସଭାରେ ଡ଼ାକ୍ତର ତରୁଣ ବିଶ୍ଵାଳ, ଡ଼ାକ୍ତର ଅଜିତ ନାୟକ, ବରୁଣ କୁମାର ପାଣଗ୍ରାହୀ, ଦେବେନ୍ଦ୍ର ନାୟକ, ସିମାଞ୍ଚଳ ପ୍ରଧାନ, କ୍ରିଷ୍ଣା ଚନ୍ଦ୍ର ଜେନା, ମହେନ୍ଦ୍ର ବେହେରା, ଶ୍ରୀକାନ୍ତ ଚୌଧୁରୀ, ସଞ୍ଜୟ ସ୍ୱାଇଁ, ରଞ୍ଜନ ରାଉଳ ଓ ଜନ ସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!