oom

ଗୁଞ୍ଚିତରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବନମହୋତ୍ସବ ସପ୍ତାହ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ସପ୍ତାହ ସବୁଠି ବନ ମହୋତ୍ସବ ସପ୍ତାହ ପାଳନ ହେଉଥିବାରୁ ମୁରିବାହାଲ ବ୍ଲକର ସମସ୍ତ ବିଦ୍ୟାଳୟରେ ନୂଆଁ ଚାରାରୋପଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଗୁଞ୍ଚିତରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ବନ ମହୋତ୍ସବ-୨୦୨୫ ସୋମବାର ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ, ଏହି ବନମହୋତ୍ସବରେ ମୁଖ୍ୟଅତିଥି ରୂପେ ସରପଞ୍ଚ ମୋତିମାଳା ବେହେରା ଯୋଗଦେଇ ଜଙ୍ଗଲ ନଷ୍ଟର କୁପ୍ରଭାବ, ବୃକ୍ଷ ରୋପଣର ଉପାଦେୟତା, ବିଶ୍ୱ ତାପନର ଭୟାବହତା ବିଷୟରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ /ଶିକ୍ଷୟିତ୍ରୀ ସଫଳା ମିଶ୍ର, ଗୌରଚନ୍ଦ୍ର ଭୋଇ, ପ୍ରିୟଦର୍ଶିନୀ ସ୍ୱାଇଁ, ନୀଳମଣି ଦୀପ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟା ଭାନୁ ବାଗ, କୃତାଞ୍ଜଳି ସୁଦ, ହେମେନ୍ଦ୍ରି ଚନ୍ଦନ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବହୁ ବୃକ୍ଷ ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.