
ତୁଷୁରା, (କେପିଏନ୍ଏସ୍) : ତୁଷୁରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାନୁମତୀ ଛତ୍ରିଆଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାତ କୁମାର ହରପାଲ, ଦୀପକ ମହାପାତ୍ର, ବାଳକୃଷ୍ଣ ମହାପାତ୍ର, ମନସ୍ଵିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଇକୋ କ୍ଲବ୍ ତରଫରୁ ବିଦ୍ୟାଳୟରେ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟ ପରିବେଶକୁ ସଫା ସୁତୁରା କରି ବିଭିନ୍ନ ଫୁଲଗଛ ରୋପଣ କରିଥିଲେ । ଶେଷରେ ଶିକ୍ଷକ ଜଗଦୀଶ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।