oom

ନୃସିଂହନାଥରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ବିଭିନ୍ନ ସ୍କୁଲ, କଲେଜ, ସରକାରୀ ଅନୁଷ୍ଠାନ ତଥା ବେସରକାରୀ ଅନୁଷ୍ଠାନ ମାନଙ୍କରେ ଶନିବାର ସକାଳ ୬ଟା ୩୦ ସମୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇ ଯାଇଛି । ନୃସିଂହନାଥ ମନ୍ଦିର ପରିସରରେ ମିଳିତ ଭାବରେ ଏହିଯୋଗଦିବସ ପାଳନ ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ହୋଇଥିଲା ଏଥିରେ ସ୍ଥାନୀୟ ସ୍କୁଲ କଲେଜ ବ୍ଲକ କର୍ମଚାରୀ, ଶିକ୍ଷକ, ସାମ୍ବାଦିକ ଯୁବକ, ମହିଳାମାନେ ଯୋଗଦେଇ ଦୈନନ୍ଦିନ ଯେତିକି ଯୋଗ ପ୍ରାଣାୟାମ କଲେ ଶରୀର ସୁସ୍ଥ ରହିବ, ସେନେଇ ସ୍ଥାନୀୟ ମହର୍ଷି ଦୟାନନ୍ଦ ଗୁରୁକୁଳ ଯୋଗାଶ୍ରମ ମହା ବିଦ୍ୟାଳୟ ଯୋଗ ଶିକ୍ଷକ, ଭୁବନେଶ୍ୱର ଶାସ୍ତ୍ରୀ ଶିଖାଇ ଥିବାବେଳେ, ସହଯୋଗୀ ସୁନୀଲ ଜି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ, ଅତିଥି ଭାବେ ସୁନୀଲ ଭୋଇ, ପ୍ରଭାତ କୁମାର ତ୍ରିପାଠୀ, ସୁରେନ୍ଦ୍ର ପ୍ରତାପ ସିଂ ବରିହା, ସରୋଜ ସାମଲ, ଯୋଗ ଶିକ୍ଷକ ବଡ ଶତପଥି, ମନ୍ଦିର ଟ୍ରଷ୍ଟି ଦେବାଶିଷ ସିଂହା, ବାସନ୍ତୀ ପୂର୍ତ୍ତି, ସୁନିଶ ଦୋରା ପ୍ରମୁଖ ଯୋଗଦେଇ ସମସ୍ତେ ସବୁଦିନ ଯୋଗ ପ୍ରାଣାୟାମ କଲେ ଶରୀର ସୁସ୍ଥ ରହିବା ସହ ମନ ଏକାଗ୍ରତା ରହିବ ବୋଲି କହିଥିଲେ । ଶେଷରେ ବିଡ଼ିଓ ଶ୍ରୀ ଓଡୁ ସମସ୍ତଙ୍କୁ ସପଥପାଠ କରାଇଥିଲେ ଓ ଧନ୍ୟବାଦ ଦେଲାପରେ ସମସ୍ତଙ୍କୁ ବ୍ଲକ ତରଫରୁ ଟିଫିନ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.