oom

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ଯୋଗ ଦିବସ ପାଳିତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ସଭାରେ ଶିକ୍ଷାବିତ ତଥା ମାୟାବର୍ହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସୁସ୍ଥ ଜୀବନ ଯାପନ ପାଇଁ ଯୋଗ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଯୋଗ ଦିବସକୁ ସଂଯୋଜନା କରିବା ସହ ଏ ବର୍ଷର ବିଷୟ “ଏକ ଦେଶ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ବିଷୟରେ ଧାରଣ ପ୍ରଦାନ କରିଥିଲେ । ଯୋଗ ପ୍ରଶିକ୍ଷକ ତଥା ଅବସରପ୍ରାପ୍ତ କର୍ମଚାରୀ କିଶୋର ଚନ୍ଦ୍ର ପଟେଲ ସମବେତ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ପ୍ରଦାନ ଦେଇଥିଲେ । ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ସିମି ନାୟକ, କରିସ୍ମା, ଅନୀମା, ଅନୁପମା କାଣ୍ଡ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗଅଭ୍ୟାସ କରାଇବା ସହ ଶପଥ ପାଠ କରାଇଥିଲେ । ଛାତ୍ର ଅମିତ ପଟେଲ, ଛାତ୍ରୀ ଜାଗୃତି, ଆଭା ସାହୁ ଯୋଗଭ୍ୟାସ କରିଥିବେଳେ ସଂସ୍କୃତ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନସିଲର ରାଜୁ ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଜାତୀୟ ସ୍ତରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ନନ୍ଦିଘୋଷ ବାରିକ, କିରଣ କୁମାର ପଟେଲ, ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ ଖମାରୀ, ବିକାଶ, କିଶୋର ପଟେଲ, ଗୋବର୍ଦ୍ଧନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.