oom

ଆଇନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ସମୁଦ୍ର ଦିବସ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପଳିବନ୍ଧ ପଞ୍ଚାୟତ ପୋଡ଼ମ ପେଟା ଗ୍ରାମ ଓଡ଼ିଆରପି କଲୋନୀରେ ଆଇନା ଅନୁଷ୍ଠାନ ପକ୍ଷରୁ ବିଶ୍ୱ ସମୁଦ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ସି ଏଚ ପଦ୍ମିନୀଙ୍କ ନେତୃତ୍ୱରେ ଉକ୍ତ ଦିବସ ପାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ପ୍ରଧାନ ଯୋଗଦେଇ ପ୍ଳାଷ୍ଟିକ ଓ ପଲିଥିନ ମୁକ୍ତ ପରିବେଶ ସୃଷ୍ଟି କରି ବେଳାଭୂମି ସ୍ଵଛତା ରଖିବା ପାଇଁ ଆହ୍ୱାନ ଦେଇଥିଲେ । ୱାର୍ଡ ମେମ୍ବର ଏନ. ଲକ୍ଷ୍ମୀ, ବି. ହାଡ଼ି, ଗ୍ରାମ୍ୟ ଭଦ୍ରବ୍ୟକ୍ତି କେ. କୁଶ, ସି ଏଚ ମୁସଲେୟା ପ୍ରମୁଖ ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ । ଶେଷରେ ସ୍ଥାନୀୟ ଅଞ୍ଚଳ ଓ ସମୁଦ୍ର ବେଳାଭୂମିରେ ସ୍ଵଛତା ନେଇ ସଚେତନାତା ସୃଷ୍ଟି ସୃଷ୍ଟି କରାଯାଥିଲା । ୟୁଥ ଫର ୱାଟର, ୱାଟର ଇନସେଟିଭ, ଅପୋୱା, ଆହ୍ୱାନ ଫାଉଣ୍ଡେସନ ପ୍ରମୁଖ ଅନୁଷ୍ଠାନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.