shyamal

ପୂଜ୍ୟପୂଜା ସେବା ସଂଗଠନର କର୍ମକର୍ତ୍ତା ନିର୍ବାଚନ ଓ ପ୍ରଭାକର ରଥଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିର ଦଧିବାମନ ମନ୍ଦିର ଠାରେ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂଜ୍ୟପୂଜା ସେବା ସଂଗଠନର ଦୁଇ ବାର୍ଷିକ ନିର୍ବାଚନ ଓ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ୩୩ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ମାନିତ ବକ୍ତା ଭାବରେ ଡ. ଅଶୋକ କୁମାର ସେଠୀ, ଶୁଭେନ୍ଦ୍ର ନେପାକ ଓ କେଶବ ଚନ୍ଦ୍ର ମିଶ୍ର ଯୋଗଦେଇ ପ୍ରଭାକର ରଥଙ୍କ ନିଃସ୍ୱାର୍ଥ ସେବା ଭାବକୁ ସାଂପ୍ରତିକ ସମୟରେ ଯୁବପିଢି ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶିଶୁ ସାହିତ୍ୟିକ ହୃଷିକେଶ ପୁରୋହିତ ଓ ବିଶିଷ୍ଟ ଶିକ୍ଷାବିତ କପିଳ ପତିଙ୍କ ପର୍ଯ୍ୟବେକ୍ଷତାରେ ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସର୍ବ ସମ୍ମତିକ୍ରମେ କେଶବଚନ୍ଦ୍ର ମିଶ୍ର ସଭାପତି, ମଧୁ ସାହୁ ଉପସଭାପତି, ସୁନାଧର ବନଛୋର ସଂପାଦକ, ସୀତାଂଶୁ ନାୟକ ସହ-ସଂପାଦକ, ଚୁଡେନ୍ଦ୍ର କୁମାର ବେହେରା କୋଷାଧ୍ୟକ୍ଷ, ଦୁର୍ଗା ସାହୁ କାର୍ଯ୍ୟକ୍ରମ ପ୍ରସାରଣ ସଂଯୋଜକ, ଧିରେନ୍ଦ୍ର ନାରାୟଣ ସିଂଦେଓ ପରିଚାଳନା ସଂପାଦକ ଭାବେ ମନୋନିତ ହୋଇଥିଲେ । ସେହିପରି ଡ. ଅଶୋକ କୁମାର ସେଠୀ, ଶୁଭେନ୍ଦ୍ର ନେପାକ, ହୃଷିକେଶ ପୁରୋହିତ, ରତ୍ନମୟ ତ୍ରିପାଠୀ, ମଦନ ମୋହନ ରଥ, ନିହାରିକା ମିଶ୍ର, କବିତା ମିଶ୍ର, ତପସ୍ୱିନୀ ପସାୟତ ଓ ମାଳତି ଉଦ୍‌ଗାତା କାର୍ଯ୍ୟକାରୀ କମିଟିକୁ ମନୋନିତ ହୋଇଛନ୍ତି । ପୂଜ୍ୟପୂଜା ସେବା ସଂଗଠନର ଉପଦେଷ୍ଟା ଭାବରେ ଡା. ଜ୍ୟୋସ୍ନାମୟୀ ମହାପାତ୍ର, କପିଳ ପତି, ଜଗଦାନନ୍ଦ ଛୁରିଆ, ଜୟରାମ ମିଶ୍ର, ରଘୁନାଥ ମିଶ୍ର, ନୀଳମଣି ମିଶ୍ର ଓ ଧର୍ମବ୍ରତ ରଥଙ୍କ ମାର୍ଗଦର୍ଶନ ପାଇଁ ଗ୍ରହଣ କରାଯାଇଛି । ଶେଷରେ ପ୍ରଶାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.