ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ରାଜ୍ୟରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ ହେଉଛି ବନ ମହୋତ୍ସବ । ପରିବେଶକୁ ସବୁଜିମାରେ ଭରିଦେବା ସହିତ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ହେଉଛି ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ । ଏହି କ୍ରମରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରାଙ୍କ ନେତୃତ୍ୱ ଏବଂ ଅଧ୍ୟାପକ ଧିରେନ କୁମାର ମହନ୍ତଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା – ଏନ୍‌ଏସ୍‌ଏସ୍‌ ଏବଂ ଯୁବ ରେଡ୍‌କ୍ରସ୍‌ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦେବେନ୍ଦ୍ରନାଥ ବେହେରା ଏବଂ ରିମ୍‌ସ୍ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ. କରୁଣାକର ପାତ୍ର ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପ୍ରଫେସର ଡ. ବିଜୟ ବେହେରା ମହୋତ୍ସବ ପାଳନ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସୁବିଧା ମୁତାବକ ବୃକ୍ଷ ଚାରାରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ, ମାୟାଧର ବାରିକ, ଏନ୍‌ଏସ୍‌ଏସ୍‌ର ସଂଯୋଜକ ସମୀର ସୌରଭ ପୃଷ୍ଟି ଏବଂ ସଂଯୋଜିକା ଅଧ୍ୟାପିକା ରାମେଶ୍ୱରୀ ଭୋଇ, ଯୁବ ରେଡ୍‌କ୍ରସ୍‌ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡ. ସ୍ମୃତି ସ୍ନିଗ୍ଧା ମିଶ୍ର ଏବଂ ଅଧ୍ୟାପକ ଦୀପକ କୁମାର ସିଂହ ପ୍ରମୁଖଙ୍କ ସମେତ ଅନ୍ୟମାନେ ବୃକ୍ଷ ଚାରାରୋପଣ କରିଥିଲେ । ଆସନ୍ତା ଦିନରେ ମହାବିଦ୍ୟାଳୟ ପରିସରରେ ଏହିଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଏହି ଅବସରରେ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.