ls

ବସୁଧୈବ କୁଟୁମ୍ବକମ୍ ଓ ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ବନମହୋତ୍ସବ ପାଳନ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତଥା ରାଉରକେଲା ସ୍କାଉଟ ଆଣ୍ଡ ଗାଇଡ୍ ତରଫରୁ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ ଆଣ୍ଡ ଗାଇଡ୍‌ର ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ୍ ଶିକ୍ଷାଧିକାରୀ ସଦାନନ୍ଦ ପଧାନ ମୁଖ୍ୟଅତିଥି ଓ ବସୁଧୈବ କୁଟୁମ୍ବକମ୍‌ର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସମ୍ପାଦକ ହରିହର ଶତପଥୀ, ସ୍ନେହଲତା ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ୫୦ରୁ ଅଧିକ ବଉଳ ଗଛ ଚାରାରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଗଛ ବଞ୍ଚିଲେ ପରିବେଶ ବଞ୍ଚିବ, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା । ବୃକ୍ଷ ହିଁ ଜୀବନ । ପ୍ରଦୂଷଣ ଜର୍ଜରିତ ବିଶ୍ୱକୁ ରକ୍ଷା କରିବାକୁ ହେଲେ ବୃକ୍ଷରୋପଣ ଅବଶ୍ୟମ୍ଭାବୀ ହୋଇପଡିଛି । ଚଳିତ ବର୍ଷର ଥିମ୍ ମା’ଙ୍କ ନାମରେ ଗଛଟିଏ । ତେଣୁ ଏହାକୁ ସଫଳ କରିବା ପାଇଁ ସମସ୍ତେ ଗଛ ଲଗାଇବା ସହ ବିଶ୍ୱକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଲୋଗାନ ସହ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ତଥା ତୃତୀୟ ସ୍ଥାନରେ ଦୀପିକା ଶିକ୍ଷା ସଦନର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଥିଲା । ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ନାୟକ ବନମହୋତ୍ସବର ଆଭିମୁଖ୍ୟ ଓ ମା’ଙ୍କ ନାମରେ ଗଛଟିଏ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷ ଶ୍ରୀ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସ୍କାଉଟ ଆଣ୍ଡ ଗାଇଡ୍‌ଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସ୍ନେହଲତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ, ଓଏସ୍‌ଏପି ଉଚ୍ଚ ବିଦ୍ୟାଳୟ, ଓମ୍ ସାଇ ପବ୍ଲିକ ସ୍କୁଲ, ନୀଳମାଧବ ବିଦ୍ୟାମନ୍ଦିର, ଇଣ୍ଡୋ ଇଂଲିଶ ସ୍କୁଲ, ଦୀପିକା ଶିକ୍ଷା ସଦନ,ଏସ୍‌ଟି ଡିଏଭି ସରକାରୀ ଉଚ୍ଚବିଦ୍ୟାଳୟ, ତିଲକାନଗରର ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚବିଦ୍ୟାଳୟ, ବାଜି ରାଉତ ଶିକ୍ଷା ନିକେତନ, ଆର୍‌ଇସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ, ଡିସୌଜା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୨୦୦ରୁ ଅଧିକ ସ୍କାଉଟ ଆଣ୍ଡ ଗାଇଡ୍ ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଜାତା ମହାନ୍ତି, ସୁଜିତ୍ ତନ୍ତୀ, ସରିତା ନାୟକ, ନର୍ମଦା ସାହୁ, ସୁଶାନ୍ତ ବିଶ୍ୱାଳ, ମେରୀ ଲୁଗୁନ, ବିଜୟାନନ୍ଦ ଦାସ, ମନୋଜ କୁମାର ଆଚାର୍ଯ୍ୟ, ଅକ୍ଷୟ କୁମାର ଦାସ, ଅଳ୍ପନା ବେହେରା, ରାଧିକା ଛତ୍ରୀ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.