oum

ଏକତା ଫାଉଣ୍ଡେସନ୍‌ର ତୃତୀୟ ବାର୍ଷିକ ଉତ୍ସବ ପାଳନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ବସୁମତୀ ମହାନ୍ତିଙ୍କର ଆବାହକତ୍ୱରେ ଜଗଦାର ମାନବ ସେବା ପ୍ରତିଷ୍ଠାନ ଠାରେ ଏକତା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନବସେବା ପତିଷ୍ଠାନର ପ୍ରତିଷ୍ଠାତା ଶଶିକାନ୍ତ ଆଚର୍ଯ୍ୟ, ଶିଳ୍ପପତି ଅନାଦି ନାଥ, ବାଲା ନାଥ, ଶାନ୍ତିଲତା ବେହେରା ଉପସ୍ଥିତ ଥିଲେ । ବସୁମତୀ ମହାନ୍ତି ମାନବ ସେବା ହିଁ ମାଧବ ସେବାକୁ ଜୀବନର ମୂଳ ମନ୍ତ୍ର ଭାବେ ଗ୍ରହଣ କରି ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି ଏକତା ଫାଉଣ୍ଡେସନ୍‌ର ସମସ୍ତ ସଦସ୍ୟ ମାନେ ତାଙ୍କୁ ସାହାଯ୍ୟ କରିଥିବାରୁ ସିଏ ଆଜି ନିଜକୁ ଗୌରବନିତ ମନେକରୁଛନ୍ତି ଏକତା ଫାଉଣ୍ଡେସନ୍‌ ସଦସ୍ୟ, ଶୁଚିସ୍ମିତା ସାହୁ, ବନଯା ପ୍ରିୟଦର୍ଶିନୀ, ମନୋରମା, ନିରୁପମା ଆରତୀ, ବିନ୍ଦୁମତୀ ସୁପ୍ରଭା, ଆରତୀ କରଣ, ସରୋଜିନୀ ପ୍ରମିଳା, ନଳିନୀ ସେତୁଆ, ସୁବାସିନୀ ରାନୀ ରାୟ, କଳ୍ପନା ବେହେରା, ବିଶାଖା ସିମରାନ ଉପସ୍ଥିତ ଥିଲେ ଶେଷରେ ବସୁମତୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.