om academy

ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ପାଳନ

jsm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ମହିଳା ମଣ୍ଡଳ ଆନୁକୂଲ୍ୟରେ ରାଣୀ ଦୁର୍ଗାବତୀଙ୍କ ବଳିଦାନ ଦିବସ ଆୟୋଜିତ ହୋଇଯାଇଛି । ପ୍ରଥମେ ଗୋଣ୍ଡ ସମାଜର ଆରାଧ୍ୟ ଇଷ୍ଟ ଦେବ ପ୍ରଭୁ ବଡ଼ଦେଓଙ୍କ ପୂଜାର୍ଚ୍ଚନା ପରେ ରାଣୀ ଦୁର୍ଗାବତୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରାଯାଇଥିଲା । ଏଥିରେ ସଂଘର ସଭାପତି ବୀଣାପାଣି କୁଅଁର ଦ୍ୱାରା ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଂଘର ସମ୍ପାଦିକା ଦଶମୀ ମାଝୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଟିପେଶ୍ୱର ମାଝୀ ଯୋଗ ଦେଇଥିବା ବେଳେ ଗୋପାଳ ମାଝୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାକୁ ପ୍ରାଥମିକତା ଦେଲେ ସମାଜର ଉନ୍ନତି ହେବ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ । ବୈଠକରେ ଭୁବନେଶ୍ୱର ଧରୁଆ, ରାଜୀବ ପ୍ରସାଦ ଭୋଇ, ତ୍ରିନାଥ ଧରୁଆ ଗୁରୁଚରଣ ଦଳନାୟକ, ଶ୍ରୀମତୀ ଶୁଭଶ୍ରୀ ଭୋଇ, ବବିତା ଧରୁଆ, ଅହଲ୍ୟା ମାଝୀ, ନଳିନୀ ଧରୁଆ, ଶକୁନ୍ତଳା ନାଏକ ଓ ଜୟନ୍ତୀ ଦଳନାୟକ ଯୋଗ ଦେଇଥିଲେ । ଶେଷରେ ମୁଖୀ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.