om academy

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରଜ ପର୍ବ ପାଳନ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି ରଜ ପର୍ବ ଉପଲକ୍ଷେ ରାଉରକେଲାର ଜଗଦା ଅଞ୍ଚଳରେ ଥିବା ମାନବସେବା ପ୍ରତିଷ୍ଠାନରେ ଖାଦ୍ୟ, ଜଳଖିଆ, ସାଜସରଞ୍ଜାମ ଆଦି ସାମଗ୍ରି ବଣ୍ଟନ କରାଗଲା । ଏହାସହ ଅନୁଷ୍ଠାନରେ ଥିବା ସମସ୍ତ ଅନ୍ତେବାସୀଙ୍କ ସହ ସମୟ ଅତିବାହିତ କରିଥିଲେ । ରଜ ପର୍ବ ପାଳନ ବିଷୟରେ ଦ ମିରର ଫାଉଣ୍ଡେସନ୍‌ର ସଦସ୍ୟମାନେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏବଂ ସେଠାରେ ଉପସ୍ଥିତ ସମସ୍ତ ବାଳିକାମାନଙ୍କୁ ସାଜସରଞ୍ଜାମ ପ୍ରଦାନ କରିବା ସହ ସେମାନଙ୍କୁ ସଜାଇ ଦିଆଯାଇଥିଲା । ଅନୁଷ୍ଠାନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍‌ ବିଶ୍ୱଜିତ ରାଉତ, ଆଶିଷ ପଣ୍ଡା, କୃଷ୍ଣା ମହାରଣା, ଶର୍ମିଷ୍ଠା ରାଉତ, ଅନୀଲ ଦାସ, ହେମନ୍ତ ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ । ସାହାଯ୍ୟର ହାତ ବଢାଇ ଥିବାରୁ ସମସ୍ତଙ୍କୁ ବିଶ୍ୱଜିତ ରାଉତ ଅନ୍ତରରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.