oom

ରାଷ୍ଟ୍ରୀୟ ନବବର୍ଷ ପାଳନ ଆସନ୍ତା ୯ରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି ସେକ୍ଟର ୨ ଆନୁକୂଲ୍ୟରେ ଚଳିତ ବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ଆସନ୍ତା ୯ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ହିନ୍ଦୁ ନବବର୍ଷ ପାଳନ କରିବାକୁ ଯାଉଛି । ଏନେଇ ସେକ୍ଟର ୨ ଏନ୍‌ଏସି ମାର୍କେଟ ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ଆବାହକ ହରେକୃଷ୍ଣ ମାଝୀ, ସମ୍ପାଦକ ସମାଜପତି ରାୟ ଓ କୋଷାଧ୍ୟକ୍ଷ ହନୁମାନ ଗୋୟେଲ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଭାରତବର୍ଷର ମହାନ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ପାଇଁ ସମିତି ତରଫରୁ ଉକ୍ତ ଦିନ ସପ୍ତ ମହାଯଜ୍ଞର ଆୟୋଜନ କରାଯାଇଛି । ଏହି ନବବର୍ଷ ବୈଜ୍ଞାନିକ, ସାମାଜିକ, ଆଧ୍ୟାତ୍ମିକ ଏବଂ ଧାର୍ମିକ ଆଧାର ଏବଂ ପ୍ରମାଣଯୁକ୍ତ ଅଟେ । ସପ୍ତ ମହାଯଜ୍ଞ ଯଥା ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ନାମ ଯଜ୍ଞ, ଗାୟତ୍ରୀ ପରିବାର ତରଫରୁ ଘୃତ ଯଜ୍ଞ, ଭାରତମାତା ନିକଟରେ ଦୀପ ଯଜ୍ଞ, ସେବା ଭାରତୀ ତରଫରୁ ସେବା ଯଜ୍ଞ, ସମିତି ତରଫରୁ ଗୀତା ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞର ବ୍ୟବସ୍ଥା କରାଯିବ । ସେବା ଯଜ୍ଞରେ ରକ୍ତଦାନ ଶିବିର ସହିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରାଯିବ । ଗୀତା ଯଜ୍ଞରେ ଉପସ୍ଥିତ ଥିବା ହିନ୍ଦୁ ପରିବାରକୁ ୫୦୦ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ବଣ୍ଟନ କରାଯିବ । ଏହି ନବବର୍ଷ କାର୍ଯ୍ୟକ୍ରମ ଉକ୍ତ ମନ୍ଦିର ନିକଟରେ ସକାଳ ୬ଟାରୁ ନାମଯଜ୍ଞ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଅନ୍ନ ଯଜ୍ଞରେ ସମାପ୍ତ ହେବବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୟଶ ମିଶ୍ର, ସୁବ୍ରତ ବଳ, କଲ୍ୟାଣ କୁମାର ସ୍ୱାଇଁ, ବନବିହାରୀ ଜେନା, ଭାଗବତ ଶତପଥୀ, ଗିରିଜା ଶଙ୍କର ସ୍ୱାଇଁ, ଅମିତ ଚୌଧୁରୀ, ସ୍ମୃତି ରଞ୍ଜନ ମିଶ୍ର, ନିତେଶ ସାହୁ, ରାହୁଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲା ବେଳେ ଶେଷରେ ଆବାହକ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.