lika

ଅଖିଳ ଭାରତୀୟ ଘୋଷ ଦିବସ ପାଳନ

gbag

ପାଟଣାଗଡ଼, (ସଦାଶିବ ସରାଫ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ତରଫରୁ ପାଟଣାଗଡ଼ରେ ପବିତ୍ର ଶିବରାତ୍ରି ଦିନରେ ଅଖିଳ ଭାରତୀୟ ଘୋଷ ଦିବସ ପାଳନ କରାଯାଇଛି । ଏହି ଅବସରରେ ପାଟଣାଗଡ଼ ଗଡ଼ ଭିତରରୁ ଜିଲ୍ଲାସ୍ତରୀୟ ଘୋଷ ବାଦନ ଓ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ଗଡ଼ ଭିତର ଯାତ୍ରା ପଡିଆରେ ଏକ ସାଧାରଣ ସଭାରେ ସଭାପତି ସହ ଜିଲ୍ଲା କାର୍ଯ୍ୟବାହ ଯୋଗେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଘନ ଶ୍ୟାମ ଅଗ୍ରୱାଲ, ସମ୍ମାନିତ ଅତିଥି ନକୁଳ ମିଶ୍ର ଓ ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡିଶା ପ୍ରାନ୍ତୀୟ ଶାରୀରିକ ପ୍ରମୁଖ ହରେକୃଷ୍ଣ ମାଝୀ ଯୋଗ ଦେଇ ଉପସ୍ଥିତ ସ୍ୱୟଂ ସେବକ ଭାଇମାନଙ୍କୁ ଆଜିର ଦିନରେ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୩୦୦ ଜଣ ସ୍ୱୟଂ ସେବକ ଯୋଗ ଦେଇ ଶାରୀରିକ ଖେଳ ଦେଖାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭାକର ପାତ୍ର, ବିକ୍ରମ ଆଚାର୍ଯ୍ୟ, ବିଭାଗ ପ୍ରଚାରକ ପ୍ରାଣବ କୁମାର ନାୟକ ସହ ବିଭାଗ ପ୍ରଚାରକ ସନ୍ତୋଷ କୁମାର ବେହେରା, ବିଷ୍ଣୁ ପ୍ରସାଦ ମେହେର, ଭାଜନ ସେଠି, ଦୟାନିଧି ହାତୀ, ଟିକେଶ୍ୱର ଦାସ, ଅନୀଲ ଚୋପଦାର, ପ୍ରସାଦ କମ୍ପ, ଓମ୍‌ ପ୍ରକାଶ ରାଜୁ, ଜୟଦେବ ସରାଫ ସମେତ ପାଟଣାଗଡ଼ ନଗର ବିଜେପି ସଭାପତି ସୁଶାନ୍ତ କୁମାର ମହାନ୍ତି, ଜ୍ଞାନ ପଟେଲ, ଗଗନ ବିହାରୀ ଦାସ ଓ ପାଟଣାଗଡ଼ର ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରିଥିଲେ ।

babaa
Leave A Reply

Your email address will not be published.