ଡି.ଏ.ଭି. ପବ୍ଲିକ ସ୍କୁଲ ଟିଟିଲାଗଡ ୩୬ ତମ ପ୍ରତିଷ୍ଠା ଦିବସ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଡି.ଏ.ଭି ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାଳକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ମହାଦେବ ସାହୁ ଓ ଭୂଗୋଳ ଶିକ୍ଷକ ଅଜୟ ନାଗ ଡି.ଏ.ଭି ବିଦ୍ୟାଳୟର ମହନୀୟ ତଥ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀମାନେ “ଜୟ ଜଗନ୍ନାଥ” ଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶ୍ରେଣୀ ତୃତୀୟରୁ ସପ୍ତମ ସମସ୍ତ ଛାତ୍ରଛାତ୍ରୀମାନେ ସଂସ୍କୃତ ଶିକ୍ଷକ ପଙ୍କଜ ବେହେରାଙ୍କ ତତ୍ତ୍ଵାବଧାନରେ ବୈଦିକ ଯଜ୍ଞ କାର୍ଯ୍ୟ ସମ୍ପାଦନ କରି ଈଶ୍ୱରଙ୍କ ନିକଟରେ ବିଦ୍ୟାଳୟର ହିତ ଓ ବିଶ୍ଵର ମଙ୍ଗଳ କାମନା କରିଥିଲେ । ଇଂରାଜୀ ଶିକ୍ଷକ ସାଇମନ କୋଶଳିଆ ମଞ୍ଚ ପରିଚାଳନା କରିଥିବା ସମୟରେ ବରିଷ୍ଠ ଶିକ୍ଷକ ଅମିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.