ପଦ୍ମପୁର, (ନିରୋଜ କୁମାର ପାଣୀ) ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ସମାରୋହରେ ପାଳିତ ହୋଇଯାଇଛି । ଏହି ଶୁଭ ଅବସରରେ ମୂଖ୍ୟ ଅତିଥି ଭାବେ ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅରଗୁଲା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର, ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ବୁକୁରାମୁଣ୍ଡା ସରପଞ୍ଚ ଅନିତା ଭୋଇ ପ୍ରମୁଖ ଯୋଗଦାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଲମ୍ବୋଦର ତାଣ୍ଡି ଓଡ଼ିଆ ଅଧ୍ୟାପକ ଦହିତା ଯୋଗଦାନ ଦେଇଥିଲେ । ସ୍କୁଲର ହେଡ ମାଷ୍ଟର ଡୋଳାମଣୀ ଭୋଇଙ୍କ ସଭାପତିତ୍ୱ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଦଶମ ଶ୍ରେଣୀ ଛାତ୍ରୀ ଅଙ୍କିତା ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀ ସାପ୍ରା ପ୍ରିୟଦର୍ଶିନୀ ଭୋଇ ଧନ୍ୟବାଦ ଦେଇଥିଲେ । ସ୍କୁଲ ପାଇ ଖଜୁରୀପତ୍ରରେ ଫୁଲତୋଡ଼ା ତିଆରି କରିଥିବା ସ୍କୁଲର ପୁରାତନ ଛାତ୍ର ମୁରାରୀ ବିଶ୍ୱାଳ, ଗତବର୍ଷ ବିଦ୍ୟାଳୟର ମାଟ୍ରିକ ଟପ୍ପର ସାଗରିକା ସାହୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପାଇକମାଲ ଟେମରୀ ଉପାନ୍ତ ଅଞ୍ଚଳରେ ଏଭଳି ଏକ ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଟେମରୀ ହାଇସ୍କୁଲରେ ମେଟ୍ରିକ୍ ୯୪ ପ୍ରତିଶତ ପାସ୍ହାର ରହୁଥିବା ଗୌରବ ଅର୍ଜନ କରିଛି । ଏତିକି ନୁହେଁ ଛାତ୍ରୀମାନେ ପାଲା ଗାଇ ଏକ ଇତିହାସ ରଚିଥିବା ଭଲି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ହାଇସ୍କୁଲ । ହସ ଉଲ୍ଲାସ ମଧ୍ୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।
Prev Post