ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରବିବାର ଦିବା ୧୦ ଘଟିକା ସମୟରେ ବଣିବକ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗ୍ରାମ୍ୟ ରମ୍ୟର ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାଶଙ୍କ ଆୟୋଜନରେ ପଞ୍ଚମ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାମୁଖ୍ୟ କୁଞ୍ଜବିହାରୀ ସାହୁ ସଂଯୋଜନା କରିଥିଲେ । ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଦାସ ଓ କବି ଶ୍ରୀମତୀ ଜ୍ୟୋତ୍ସ୍ନା ମୟୀ ସ୍ୱାଇଁ, ଅତିଥି ଭବନରେ କବି, ସୁଲେଖିକା ସରୋଜିନୀ ଜେନା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଏହାପରେ ପରବର୍ତ୍ତୀ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି କୈଳାସ ଚନ୍ଦ୍ର ଟିକାୟତ ରାୟ, ପ୍ରାକ୍ତନ ନିର୍ଦ୍ଦେଶକ ଓଡିଆ ଭାଷା ପ୍ରତିଷ୍ଠାନ, ମୁଖ୍ୟବକ୍ତା ବିରଞ୍ଚି ନାରାୟଣ ଦାଶ ନିର୍ଝରଣୀ ସାହିତ୍ୟ ପ୍ରତିକାର ସମ୍ପାଦକ, ସମ୍ମାନିତ ଅତିଥି ରୂପେ ରମେଶ ଚନ୍ଦ୍ର ଦାଶ, ବରିଷ୍ଠ ଶିଶୁ ସାହିତ୍ୟିକ, ଡଃ. ହେମନ୍ତ କୁମାର ଛୋଟରାୟ, ବରିଷ୍ଠ ଶିଶୁ ସାହିତ୍ୟିକ, ବିପିନି ବିହାରୀ ଦଳାଇ ସମ୍ପାଦକ ଟିକିତାରା, ପ୍ରିୟପତ୍ର ଓ ସଭାମୁଖ୍ୟ ଭାବେ ପ୍ରଶାନ୍ତ କୁମାର ମଙ୍ଗରାଜ ବରିଷ୍ଠ ଶିଶୁ ସାହିତ୍ୟିକ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଦୀପ ପ୍ରଜ୍ୱଳନ ମନ୍ତ୍ର ବୋଲିବା ସହିତ ସ୍ୱାଗତ ସଂଗୀତ ଓ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ଦାଶ ସାହିତ୍ୟ ସଂସଦର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ବାର୍ଷିକ ପତ୍ରିକା ଗ୍ରାମ୍ୟ ରମ୍ୟ ଉନ୍ମୋଚନ ସହିତ ଶିଶୁ ସାହିତ୍ୟିକା ଲକ୍ଷ୍ମୀ ପ୍ରିୟା ଦାଶଙ୍କ ଶିଶୁ କବିତା ପୁସ୍ତକ ଆମ କୁନାକୁନିଙ୍କ କୁନିଗୀତ ମଧ୍ୟ ଅତିଥିମାନଙ୍କ ହାତରେ ଉନ୍ମୋଚନ କରାଯାଇଥିଲା । ଏହାପରେ ସମ୍ବର୍ଦ୍ଧିତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ୨୦୨୫ର ସମ୍ବର୍ଦ୍ଧିତ ପ୍ରତିଭା ସମ୍ମାନରେ ସବିତା ଭୋଇ, ବରିଷ୍ଠ ଶିଶୁ ସାହିତ୍ୟିକା, ବିରଞ୍ଚି ନାରାୟଣ ଦାଶ, ବରିଷ୍ଠ ଶିଶୁ ସାହିତ୍ୟିକ, ଲକ୍ଷ୍ମୀ ପ୍ରିୟା ଦାସ ଶିଶୁ ସାହିତ୍ୟିକା, ଦୁର୍ଗାବତୀ ପ୍ରଧାନ ବରିଷ୍ଠ ଶିଶୁ ସାହିତ୍ୟିକା, ଜାନକୀ ବଲ୍ଲଭ ଦାଶ, ସୁଲେଖକ ସୁଲେଖିକା ଓ ଶିଶୁ ସାହିତ୍ୟିକ, ପ୍ରଶାନ୍ତ କୁମାର ଦାସ ବରିଷ୍ଠ ଶିକ୍ଷକ, ସୁରେନ୍ଦ୍ର ନାୟକ ବରିଷ୍ଠ ଶିକ୍ଷକ, ସିଦ୍ଧେଶ୍ଵର ବେହେରା ଶିକ୍ଷକ, ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ସମ୍ପାଦିକା, ଚନ୍ଦ୍ରଶେଖର ସେଠୀ, ଶିକ୍ଷକ ସୁଶ୍ରୀ ବିଜୟଲକ୍ଷ୍ମୀ ଜେନା, ଛାତ୍ରୀ, ଶ୍ରୀମାନ ସତ୍ୟମ୍ ଜିତ୍ ଧାଉଡିଆ ଛାତ୍ର ପ୍ରଭୃତିଙ୍କୁ ଉତ୍ତରୀୟ ଓ ମାନପତ୍ର ଉପଢୌକନ ଦେଇ ଅତିଥି ମାନଙ୍କ ହାତରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଅତିଥି ମାନଙ୍କ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟକୁ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.