ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଅର୍ବାନ ତରଫରୁ ସେକ୍ଟର ୧୬ ସ୍ଥିତ ଦିବ୍ୟାଙ୍ଗ ପାଇଁ ଉଦ୍ଦିଷ୍ଟ ସଂସ୍ଥା ଶ୍ରଦ୍ଧା ଠାରେ ଦୀପାବଳୀ ମିଳିତ ଉତ୍ସବ ପାଳିତ ହୋଇଯାଇଛି । ଅର୍ବାନର ସଭାପତି ରୋଟାରିଆନ ଉଦୟ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ଲବର ସହକାରୀ ଗଭର୍ଣ୍ଣର କିରଣ ଆରୋରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକଚନ୍ଦ୍ର ପାଣ୍ଡବ ଅନୁଷ୍ଠାନର କାର୍ଯ୍ୟ, ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ ସହ ଅର୍ବାନର ସାମାଜିକ ଦାୟିତ୍ୱବୋଧ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ସରୋଜିନୀ ପାଢ଼ୀ, ରୋଟାରିଆନ ବନାନୀ ଦାସ, ରୋଟାରିଆନ ଅଞ୍ଜୁ କକ୍କଡ ବକ୍ତବ୍ୟ ରଖିଥିଲେ । ଏହା ସହିତ ସମସ୍ତ ରୋଟାରିଆନ ଶ୍ରଦ୍ଧାର ବୌଦ୍ଧିକ ବିକାଶ ବାଧିତ ଅନ୍ତେବାସୀମାନଙ୍କ ସହ ଦୀପାବଳୀ ପାଳନ ସହ କେକ୍ କାଟି ସେମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିଆନ ଡ଼ା. ସାମନ୍ତ ସାହୁ, ଅଶୋକ କକ୍କଡ, ଡା. ପ୍ରଭାତ କୁମାର ମହାନ୍ତି, ମୀନା ମହାନ୍ତି, ଅଶ୍ୱିନୀ ପାତ୍ର, ପଦ୍ମିନୀ ସାହୁ, ଦେବବ୍ରତ ନାୟକ, ଅରୁଣ କୁମାର ସିଂ, ଶୁଭ୍ରାଂଶୁ ଶେଖର ପରିଡା ଓ ଶ୍ରଦ୍ଧାର ଅଞ୍ଜଳୀ ମହାରଣା, ଅର୍ଚ୍ଚନା ମିଞ୍ଜ, ଗଗନ ମହାନ୍ତି, ଧୀରେନ୍ ଓଝା, ସନ୍ତୋଷୀ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କ୍ଲବ ତରଫରୁ ସମସ୍ତ ଅନ୍ତେବାସୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ଡି. ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।