ରାଉରକେଲା, (ସସ୍ମିତା ପ୍ରଧାନ) : ଡା. ଏ. ଏନ୍. ଖୋସଲା ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ୱାଲ୍ଡ ଫୁଡ୍ ଡେ ପାଳନ କରାଗଲା । ଏହାର ବିଷୟ ଥିଲା ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ପୋଷ୍ଟିକ ଖାଦ୍ୟ ଖାଇବାର ଜାଗରୁକତା ଆଣାଗଲା ଏବଂ ଜଙ୍କ ଫୁଡ୍ ଓ ପ୍ରସେସ୍ ଫୁଡ୍ ବ୍ୟବହାର ରୋକାଗଲା । ସେହି ଦିନଗୁଡ଼ିକରେ ସ୍କୁଲ କାଣ୍ଟିନରେ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଯେପରି ମୁଗ ଡାଲି ଛିଲା, ଇଡ୍ଲି, ସବ୍ଜି ପୋହା, ସବ୍ଜି ଉପମା ଓ ସ୍ପ୍ରାଉଟ୍ ସାଲାଡ୍ ବିକ୍ରି ହୋଇଥିଲା । ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଘରୁ ମଧ୍ୟ ସ୍ୱାସ୍ଥ୍ୟକର ଓ ପୋଷ୍ଟିକ ଖାଦ୍ୟ ଆଣିବାକୁ ପ୍ରୋତ୍ସାହିତ କରାଗଲା । କ୍ଲାସ୍ ଟିଚରମାନେ ବିରତି ସମୟରେ ଛାତ୍ରମାନଙ୍କ ଟିଫିନ ଯାଞ୍ଚ କରିଥିଲେ । ଅଭିଭାବକମାନଙ୍କୁ ମଧ୍ୟ ଛୁଆମାନଙ୍କ ପାଇଁ ପୋଷ୍ଟିକ ଖାଦ୍ୟ ଦେବାକୁ ଅନୁରୋଧ କରାଗଲା । ପ୍ରାଧାନ ଶିକ୍ଷକ ଲୋକନାଥ ପ୍ରଧାନ ମହୋଦୟ ନିଜର ମୂଲ୍ୟବାନ ଉଦ୍ବୋଧନରେ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ଜୀବନରେ ପୋଷ୍ଟିକ ଖାଦ୍ୟର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟୀ ସନ୍ଦେଶ ଦେଲେ । ୧୮ ଅକ୍ଟୋବରରେ ଆୟୋଜିତ ହୋଇଥିବା “ଦ ଗ୍ରେଟ୍ ଗ୍ରିନ୍ ଚ୍ୟାଲେଞ୍ଜ” ନାମକ ନୋ ଫାୟାର କୁକିଂ କମ୍ପିଟିସନ୍ ସହିତ ଉତ୍ସବର ସମାପନ ହେଲା । ୪୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କଲେ । ସେମାନଙ୍କ ଉଦ୍ୟମ ଦିନଟିକୁ ଅତ୍ୟନ୍ତ ସ୍ମରଣୀୟ ଓ ସଫଳ କରିଦେଲା ।