ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତବାର୍ଷିକ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ସ୍ଵୟଂ ସେବକର ଶତ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣ୍ଡ କାର୍ଯ୍ୟନିର୍ବାହ ଶ୍ରୀକାନ୍ତ ଥନାପତି, ଖଣ୍ଡ ସଂଘ ଚାଳକ ଜଗଦୀଶ ପଧାନ, ସାମାଜିକ ସଭାର ପ୍ରାନ୍ତ ସହ ସଂଯୋଜକ ଘନଶ୍ୟାମ ପଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶସ୍ତ୍ର ପୂଜନ ଏବଂ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଦେଓଗାଁ ଖଣ୍ଡର ସମସ୍ତ ପଞ୍ଚାୟତରେ ବର୍ଷ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଯୋଜନା ହୋଇଥିଲା । ଏହି ଅବସରରେ ଶତାଧିକ ସ୍ଵୟଂ ସେବକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.