ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ତରଫରୁ ସମ୍ବଲପୁରୀ ଦିନ ସ୍ଥାନୀୟ ସିଭିକ ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପରିଷଦର ସଭାପତି ସ୍ୱରୁପ କୁମାର ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଦ୍ୱିପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ତାଙ୍କ ବକ୍ତବ୍ୟରେ କହିଲେ ଯେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଏହି କାର୍ଯ୍ୟକ୍ରମକୁ ବର୍ଣ୍ଣାଢ଼୍ୟ ଭାବେ ପାଳନ କରି ସମସ୍ତଙ୍କ ମଧ୍ୟରେ ଭାଇଚାରା ସହ ଐକ୍ୟବଦ୍ଧତାକୁ ପ୍ରଚାର ପ୍ରସାର କରିଆସୁଛି । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତଥା ନାଟ୍ୟକାର ନକୁଳ ବାଦୀ ସମ୍ବଲପୁରୀ ଦିନ ପାଳନର ଆବଶ୍ୟକତା ଓ ମୌଳିକତା ସମ୍ପର୍କରେ ଆଲୋଚନା କରିଥିଲେ । ସାଂସ୍କୃତିକ ସମ୍ପାଦକ ସୂର୍ଯ୍ୟ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମେଶ ସୁନାଙ୍କ ନିର୍ଦ୍ଦେଶନାରେ ଲୀନା, ରାଜଶ୍ରୀ, ବନ୍ଦିତା, ସତ୍ୟ, ରବି, ସଂଜୀବ, ଆରାଧ୍ୟ ପ୍ରମୁଖ ସଂଗୀତ ପରିବେଷଣ କରିଥିଲାବେଳେ ବାଦ୍ୟଯନ୍ତ୍ରରେ ଟିକେଶ୍ୱର ଦାସ ଓ ସାଥୀ ସହଯୋଗ କରିଥିଲେ । ସମୀକ୍ଷା, ଆରାଧ୍ୟା, ଆୟୁସ୍ମିତା, ଅନ୍ୱେଷା, ଇଶିକା ପ୍ରମୁଖ ଲୋକନୃତ୍ୟ, ଶ୍ରୀ ଶ୍ରୀ ସଂଗୀତ ଏକାଡେମୀ ଓ ସେକ୍ଟର ୬ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମେଶ ବେହେରା ସହଯୋଗ କରିଥିଲେ । ଡାକ୍ତର ସୁବୋଧ ମେହେରଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ପୋଷାକକୁ ନେଇ ଏକ ରାମ୍ପ ସୋ କରାଯାଇଥିଲା । ଏଥିରେ ଆର୍ଯ୍ୟ ଇଶିକା ପଣ୍ଡା ପ୍ରଶିକ୍ଷଣ ଓ ବନ୍ଦନା ପଣ୍ଡା ପୋଷାକ ତଥା ରୂପ ସଜ୍ଜାରେ ସହଯୋଗ କରିଥିଲେ । ନାଟ୍ୟକାର ନକୁଳ ବାଦୀଙ୍କ ହାସ୍ୟ ବ୍ୟଙ୍ଗାତ୍ମକ ନାଟକ ରଜା ଖଡଖଜା, ଡ଼ଃ କିଶୋରୀ ଦାଶଙ୍କ ପରିକଳ୍ପିତ ନାଟକ ପରିବେଷଣ କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଶୁଭ୍ରାଂଶୁ ଶେଖର ବଡ଼ପଣ୍ଡା, ଅଶୋକ ଭଏଁସା, ଏରିଅର ଜାଲ, ଅଙ୍ଗରାଜ ଛନ୍ଦ, ଗୈ।ରୀ ପ୍ରଧାନ, ନରେନ୍ଦ୍ର ମିଶ୍ର, କେଶବ ସେଖ, ପଦ୍ମଲୋଚନ ବାଗ ପ୍ରମୁଖ ସହଯୋଗ କରିଥିଲାବେଳେ ବରିଷ୍ଠ ସଦସ୍ୟ ଭଗବାନ ପତି, ଡ ଅଜୟ ମିଶ୍ର, ଅଦ୍ଵୈତ ପଣ୍ଡା, ମନୋରଞ୍ଜନ ଦାଶ, ଡ଼ଃ ସନାତନ ପ୍ରଧାନ, ପୀତବାସ ପ୍ରଧାନ, ଦୁର୍ଗା ଯୋଶୀଙ୍କ ସହ ସହରର ସଚେତନ ସଂସ୍କୃତିପ୍ରେମୀ ଇଂ ଭାରତ ଭୂଷଣ ମହାନ୍ତି, ଇଂ ଅଭୟ କୁମାର ଦାସ, ଡ଼ଃ ସୁମନ ଦତ୍ତ, ରାଜୀବ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.