ବେଦବ୍ୟାସ ଜୟନ୍ତୀ ସମାରୋହ ଓ ଗୁରୁ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଆନୁକୂଲ୍ୟରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖା ଆୟୋଜିତ ମାସିକ ସାରସ୍ୱତ ସମାବେଶରେ ଗୁରୁ ପୂର୍ଣ୍ଣିମା ଓ ବେଦବ୍ୟାସ ଜୟନ୍ତୀ ସମାରୋହ ମ‌ହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ତଥା ମହାନଗର ଉପ-ସଭାପତି ସୁଜାତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ‘ଭାରତୀୟ ଜ୍ଞାନ ପରମ୍ପରାକୁ ବେଦବ୍ୟାସଙ୍କ ଅବଦାନ’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ତାରିଣୀ ଚରଣ ସାହୁ, ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ଶିକ୍ଷାବୀତ ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଅତ୍ୟନ୍ତ ଉଚ୍ଚକୋଟୀର ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟରେ ବ୍ୟାସଙ୍କ ଜନ୍ମ, ତାଙ୍କ ଦ୍ୱାରା ସଂକଳିତ ବେଦ, ଅନବଦ୍ୟ ସୃଷ୍ଟି ମହାଭାରତ, ପୁରାଣ ପ୍ରଭୃତି ଭାରତୀୟ ଜ୍ଞାନ ପରମ୍ପରାକୁ ସମୃଦ୍ଧ କରିବା ସହ ସତ୍ୟ ସନ୍ଧାନ ଓ ଧର୍ମ ରକ୍ଷା ପାଇଁ ଭାରତୀୟ ସମାଜକୁ ପ୍ରେରିତ କରିଥିଲେ । ମାଧବ ନଗର ଶାଖାର ସଂପାଦକ ଅଧ୍ୟାପିକା ମହାଶ୍ୱେତା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଛାତ୍ରୀ ଶ୍ରେୟସୀ ସାହୁ ଭିତ୍ତି ପ୍ରବନ୍ଧ ପାଠ କରିଥିଲାବେଳେ, ମହାନଗର ସାଧାରଣ ସମ୍ପାଦକ ଡ. ସୁଷମା ମୋଦୀ ଅତିଥିମାନଙ୍କ ପରିଚୟ ଓ ଶେଷରେ ଅଧ୍ୟାପିକା ସିମରନ୍ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କୁନି କବୀ ସଂପ୍ରୀତି ସାହୁ ଚମତ୍କାର କବିତା ଆବୃତ୍ତି କରିଥିଲେ । ଏହି ଅବସରରେ ମହାନଗର ସଂଯୋଜକ କରୁଣାକର ପାଟ୍ଟଶାଣୀ ବିଷୟ ବିଶେଷଜ୍ଞ ଶ୍ରୀ ସାହୁଙ୍କ ସାହିତ୍ୟ ପ୍ରତି ଅବଦାନ ଓ ପ୍ରତିବଦ୍ଧତା, ପ୍ରଲମ୍ବିତ ଅଧ୍ୟାପନା କାଳ ସମ୍ପର୍କରେ ଆଲୋଚନା କରି ତାଙ୍କୁ ସାମ୍ପ୍ରତିକ ସମୟର ‘ବ୍ୟାସ’ ବୋଲି ଅଭିହିତ କରିଥିଲେ । ପରିଷଦର ଆଜୀବନ ସଦସ୍ୟତା ଗ୍ରହଣ କରିଥିବା ବିଶିଷ୍ଟ କବି ବିଭୁଧ ପ୍ରସାଦ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ମହାନଗର ସହ-ସାଧାରଣ ସମ୍ପାଦକ ନିରୁପମା ପତି, ସଂପର୍କ ପ୍ରମୁଖ ଧରିତ୍ରୀ ପାଇକରାୟ, ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ, ଉପ-ସଭାପତି କାଶୀନାଥ ନନ୍ଦୀ, ସଂପାଦକ ସଂଜୀବ କୁମାର ଭୋଇ, ମନୋଜ କୁମାର ଚୌଧୁରୀ, ଡଃ ଜ୍ଞାନରଞ୍ଜନ ତ୍ରିପାଠୀ, ଡଃ ଶକୁନ୍ତଳା ନାୟକ ଗୁପ୍ତା, ଡଃ ସୁଶାନ୍ତ କୁମାର କିଷାନ ପ୍ରଭୃତି କାର୍ଯ୍ୟକର୍ତ୍ତା ପ୍ରମୁଖ ଭୂମିକା ନେଇଥିବା ବେଳେ ଅଜୟ କୁମାର ପାଣି, ଆରସୀ ସେନାପତି, ଦେବସ୍ମିତା ପଟ୍ଟନାୟକ, ଅଜୟ ସିଂ, ଶ୍ୱେତା ତିର୍କି, ପ୍ରିୟା କିଣ୍ଡୋ, ବିନୋଦିନୀ ମୁଣ୍ଡା, ଉମାକାନ୍ତୀ ଦଣ୍ଡସେନା, କ୍ଷୀରେଶ୍ୱରୀ କିଶାନ, ରମାକାନ୍ତ ସାମଲ, ପ୍ରୀତି ସିଂ ପ୍ରମୁଖ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.