ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ତରଫରୁ ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିରଠାରେ ମହାସମାରୋହରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆର୍ଯ୍ୟସମାଜ ମନ୍ଦିର ଚତୁର୍ପାଶ୍ୱରେ ଚାରା ରୋପଣ କରାଯାଇଥିଲା । ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଓ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫେସର ତରୁଣ କୁମାର ମିଶ୍ର ସ୍ଥାନ ନିରୁପଣ ତଥା ଯୋଗାଯୋଗ କାର୍ଯ୍ୟ ସମ୍ପନ୍ନ କରିଥିବା ବେଳେ ସ୍ଥାନୀୟ ବନ ବିଭାଗର ରେଞ୍ଜ ଅଫିସର ନବୀନ କୁମାର ପଣ୍ଡା ସଦଳବଳେ ସହଯୋଗ କରିଥିଲେ । ନାଗରିକ କମିଟିର ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ମଧୁ ସୁଦନ ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଓ ସଦସ୍ୟ ଜୟରାମ ମିଶ୍ର ପ୍ରମୁଖ ବନମହୋତ୍ସବର ବାର୍ତ୍ତା ରଖିଥିଲେ । ସଦସ୍ୟ ଜୟରାମ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ସଭାପତି ଡ. ଶ୍ରୀକର ମିଶ୍ର କହିଥିଲେ ଯେ ସେ ତାଙ୍କ ବୈଦ୍ୟ ବାପାଙ୍କଠାରୁ ପ୍ରେରଣା ପାଇ ତାଙ୍କ ବାସଗୃହ ସଂଲଗ୍ନ ସ୍ଥାନରେ ସହସ୍ରାଧିକ ଔଷଧିୟ ବୃକ୍ଷ ଓ ଫଳଗଛର ଏକ ବଗିଚା ସୃଷ୍ଟି କରିଛନ୍ତି । ଆହୁରି କହିଥିଲେ ଯେ କେବଳ ଚାରା ଲଗାଇ ଦେଲେ କାମ ସରିଯାଏ ନାହିଁ । ବୃକ୍ଷକୁ ବଂଚେଇ ରଖିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ । ଆର୍ଯ୍ୟସମାଜର ଅନ୍ତେବାସୀମାନେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ମୋତିଲାଲ ସାହୁ, ସୁବ୍ରତ ବହିଦାର, ସୁବାଷ ଶତପଥି, ଶତୃଘନ ସିଂ, ପର୍ଶୁରାମ ନାୟକ, ଗୋପବନ୍ଧୁ ପୁରୋହିତ, କିଶୋର ମୋହନ ମିଶ୍ର, ଡ. ପ୍ରମୋଦ ମିଶ୍ର, ଦିବାକର ହୋତା, କେଶବ ଚନ୍ଦ୍ର ମିଶ୍ର, ମଦନଲାଲ ବର୍ମା ଓ ଜଗଦିଶ ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହାୟତା କରିଥିଲେ । ଶେଷରେ ସଭାପତି ଡ. ଶ୍ରୀକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
