ଏକତା ଗୃପର ପଞ୍ଚମ ବାର୍ଷିକୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ଅଞ୍ଚଳର ଅନ୍ୟତମ ମହିଳା ଅନୁଷ୍ଠାନ ଏକତା ଗୃପର ପଞ୍ଚମ ବାର୍ଷିକୋତ୍ସବ କୋଏଲ ନଗର ସ୍ଥିତ ହୋଟେଲ ଓଡିଶୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତା ଗୃପର ସଭାପତି ପୂର୍ଣ୍ଣିମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ସଚେତନତା, ସାମାଜିକ କାର୍ଯ୍ୟକ୍ରମ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସର୍ବଶ୍ରୀ ଆଦିଲ ମେହେମୁଦ, ଜାହାଙ୍ଗୀର ହକ୍, ନିର୍ମଳ ଘଡେ଼ଇ, ଗ୍ରେସି ଡେଭିଡ, କଲ୍ୟାଣୀ ଦାସ, ତିଳୋତ୍ତମା ସ୍ୱାଇଁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ନୃତ୍ୟ ଓ ମଡେଲିଂ ଆଦି ପ୍ରତିଯୋଗିତା କରାଯାଇ ସେଥିରେ କୃତିତ୍ୱ ହାସଲ କରିଥିବା ଶାନ୍ତିଲତା ବେହେରା ପ୍ରଥମ, ଲକ୍ଷ୍ମୀ ପରିଡ଼ା ଦ୍ୱିତୀୟ, ମନୋରମା ଧଳ ତୃତୀୟ ଓ ସୁପ୍ରଭା ମିଶ୍ରଙ୍କୁ ସାନ୍ତ୍ୱାନା ମୂଳକ ପୁରସ୍କାର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ରଶ୍ମିତା ପଣ୍ଡା, ଝୁନୁ ନାୟକ ଓ ଆକାଶ ମୁନି ବିଚାରକ ଦାୟିତ୍ଵ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସଭାପତି ଶ୍ରୀମତୀ ମହାନ୍ତି, ସୁଚିସ୍ମିତା, ବନଜା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରାୟ ୭୦ଜଣ ସଦସ୍ୟା ଯୋଗଦେଇ ଥିଲେ । ଶେଷରେ ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.