ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଜିଲ୍ଲା ସଭାପତି ରବି ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଂଗ୍ରେସର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ୫୫ତମ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଅନାଥ ଶିଶୁ ସେବା ଆଶ୍ରମରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯିବା ସହ ଶ୍ରୀ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ସାମୁହିକ ପ୍ରାର୍ଥନା ସହ ତାଙ୍କ ସୁସ୍ଥ ନିରାମୟ ଜୀବନ ସହ ଦୀର୍ଘାୟୁ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ରାୟଙ୍କ ବ୍ୟତୀତ ଆଶ୍ରମର ଗୁରୁ ମହେନ୍ଦ୍ର କୁମାର ବଳ, ସବିର ହୁସେନ, ଆଶିଷ ମହାନ୍ତି, ପ୍ରବୋଧ ଦାସ, ମନୁ ସାମଲ, ପ୍ରଫୁଲ୍ଲ ସାମଲ, ଦିବାକର ଦୀପ, ବିଶ୍ୱନାଥ ବାରିକ, ଏମ୍ ଡି ଇସଲାମ, ଶିବୁ ଦୀପ, ଦିବାକର ପ୍ରସାଦ, ପ୍ରଦୀପ ସାମନ୍ତରାୟ, ଆଶୁତୋଷ ରାଉତଙ୍କ ସମେତ ବହୁ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.