
ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ଶିକ୍ଷକ ନେତା ପ୍ରଫେସର ଅବନୀ କୁମାର ବରାଳଙ୍କ ୮୧ତମ ଜୟନ୍ତୀ ବରଗଡ଼ ଜିଲ୍ଲା ବେସରକାରୀ କଲେଜ ଶିକ୍ଷକ ସଂଘ ଆନୁକୂଲ୍ୟରେ ପଦ୍ମପୁର ସ୍ଥିତ ମହିଳା କନିଷ୍ଠ ମହା ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା ସଂଘର ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ଉପ-ସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର,ସହ -ସଂପାଦିକା ତଥା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ, ଅଧ୍ୟାପକ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ସ୍ୱର୍ଗତ ପ୍ରଫେସର ବରାଳଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ତାଙ୍କର ବହୁମୁଖୀ ପ୍ରତିଭା ଓ ଶିକ୍ଷକ ସମାଜ ପ୍ରତି ଅବଦାନ ସମ୍ପର୍କରେ ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ କର୍ମଚାରୀମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ବେହେରା, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଯୁବରାଜ ବେହେରା, ବଳରାମ ସାହା ପ୍ରମୁଖ ସହାୟତା କରିଥିଲେ ।