
- ସାମାଜିକ ଦୃଷ୍ଟିପାତ ହିଁ ଆଜିର କବିତାର ଆବଶ୍ୟକତା
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ କବିତା ଶାଲ୍ଠାରେ ତହଁକ୍ କୁଟୁମ୍ ପକ୍ଷରୁ ବିଶ୍ୱ କବିତା ଦିବସ ଆୟୋଜିତ ହୋଇଯାଇଛି । ମୁଖ୍ୟ ସଂପାଦକ ଅର୍ଜୁନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କୋସଲି କବିତା ଆସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ସୁଶାନ୍ତ ବାଗ ଯୋଗଦେଇ କବିତାର ଗୁଢ ତତ୍ତ୍ତ୍ତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, କବିତା ହେଉଛି ନିଜ ପ୍ରେମିକା । ତାକୁ ଯେତେ ପ୍ରେମ କରିବେ ସେ ସେତେ ଚମକିବ ଏବଂ ପାଠକଙ୍କ ଭଲ ପାଇବା ପାଇପାରିବ । ହେଲେ ଆଜିର କବିତା ଆହ୍ୱାନ କରୁଛି ଯେ, କବିକୁ ରୁଦ୍ଧ ଦ୍ୱାରରୁ ବାହାରି ପ୍ରକୃତି ଓ ସାମ୍ପ୍ରତିକ ସମସ୍ୟା ମାନଙ୍କ ଉପରେ ଦୃଷ୍ଟି ଦେବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ତହଁକ ସଂପାଦକ ରାଜେଶ ଦଣ୍ଡସେନା କବିତା ଏକ ସୁସ୍ଥ ସମାଜ ଗଠନରେ ମୂଖ୍ୟ ଭୂମିକା ଗ୍ରହଣ କରିବା ସହ ସାଂପ୍ରତିକ କବିତା ବହୁ ପରିମାଣରେ ସାମାଜିକ ହେଉ ବୋଲି ମତବ୍ୟକ୍ତ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ମାତୃଭାଷାରେ ଲେଖୁଥିବା କବିତା ହିଁ ବୋଧଗମ୍ୟ ହୋଇପାରିଥାଏ ବୋଲି କହିଥିଲେ । ବିଶେଷ ଅତିଥି ଭାବରେ ଗୋପାଲ ମେହେର, ସାମ୍ବାଦିକ ମହେନ୍ଦ୍ର ପଧାନ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ମିଲନ ପଣ୍ଡା ସଂଯୋଜନା କରିଥିବା ବେଳେ ପ୍ରହଲ୍ଲାଦ ଦଣ୍ଡସେନା, ସନ୍ତୋଷ କୁମାର ବେହେରା, ଧରିତ୍ରୀ ସାହୁ ସହଯୋଗ କରିଥିଲେ । ଅଭିଜିତ ଆନନ୍ଦ ଫରିକାର ଧନ୍ୟବାଦ ଅର୍ପଣ କରିଥିଲେ ।