ଉତ୍କଳ ନବଜୀବନ ମଣ୍ଡଳ ତରଫରୁ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ନବଜୀବନ ମଣ୍ଡଳ ଜଗଦାଠାରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ, ସ୍ୱାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର ନେତ୍ରୀ, ସମାଜରେ ହେଉଥିବା ଶୋଷଣ, ଅନ୍ୟାୟ, ଅତ୍ୟାଚାରରେ ପୀଡିତ ଚାଷୀ, ମୂଲିଆ, ଗରୀବ ଆଦିବାସୀ, ହରିଜନଙ୍କ ମୁକ୍ତି ସଂଗ୍ରାମର ପ୍ରତୀକ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୀବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହରିହର ରାଉତରାୟ, ନୀଳଶୈଳର ମୁଖ୍ୟ ରାଜକିଶୋର ଧଳ, ସମାଜସେବୀ ଗୁଣନିଧି ବଳ, ଚିତ୍ତ ଜେନା, ସନ୍ତୋଷ ନାୟକ, ପ୍ରଭାତ ମହାନ୍ତି, ହରିହର ବେହେରା, ସୁନନ୍ଦା ବରାଳ, ସୁଷମା ପାତ୍ର, ଲକ୍ଷ୍ମୀଧର ନାୟକ ଆଦି ଏହି ମହିୟସୀ ମହିଳାଙ୍କ ସ୍ମୃତି ଚାରଣ କରିଥିଲେ । ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ମାଳତୀ ଚୌଧୁରୀଙ୍କ ଜୀବନୀ ଓ କର୍ଯ୍ୟଶୈଳୀ ସଂପର୍କରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ବାସୁ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.