ନିଆରା ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମା’ ଦୁର୍ଗା ଓ ଲକ୍ଷ୍ମୀଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ପାଠ କରିଛନ୍ତି । ବାସଭବନରେ ବସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ ହୋମ ଯଜ୍ଞ କରିଛନ୍ତି ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟିର ସଦସ୍ୟ ସାହିର ବରିଷ୍ଠ ନାଗରିକଙ୍କୁ ନିମନ୍ତ୍ରଣ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗାଁର ଅସହାୟ ବିଧବା ବାର୍ଦ୍ଧକ୍ୟଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି । ମା’ ଦୁର୍ଗା ଓ ଦକ୍ଷିଣ କାଳୀଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ୱାସ ରହିଛି । ମା’ଙ୍କ ଅପାର କରୁଣା ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି । ଗୋପ ଲକ୍ଷ୍ମୀ ଧନ ଧନ୍ୟରେ ପୁରି ଉଠିଛି । ପରିବାର ମଧ୍ୟରେ ଦୁଃଖ, କ୍ଲେଶ, ରୋଗ, ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକରଙ୍କ ଧର୍ମ ପତ୍ନୀ । ଜୀବନ ଥିବା ପର୍ଯ୍ୟନ୍ତ ଦୁର୍ଗାପୂଜା ସହିତ ଏହିଭଳି ଭାବରେ ଗରୀବ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.