ଅଖିଳ ଭାରତୀୟ ମାଲୟାଲୀ ସଂଘ : ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ସେକ୍ଟର-୨ ସ୍ଥିତ ସାହାନାଇ ମଣ୍ଡପଠାରେ ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖା ପକ୍ଷରୁ ଓଣମ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଂଘର ବରିଷ୍ଠ ସଦସ୍ୟ ଓ କର୍ମକର୍ତ୍ତା ଆର୍‌ ଅମ୍ବୁଯାକ୍ଷ ନାୟାରଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଏମ୍‌ଜିଏମ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଫାଦର ଡ. ଜର୍ଜ ଭର୍ଗିସ୍‌ ଏବଂ ସମ୍ମାନିତ ଅତିଥିଭାବେ କଲୁଙ୍ଗା ସ୍ଥିତ ସେଣ୍ଟ ଗ୍ରେଗୋରିୟସ ସ୍କୁଲ୍‌ର ଅଧ୍ୟକ୍ଷ ଜୋସେଫ ଚେରିଆନ୍‌ ଏବଂ ଦକ୍ଷିଣ ଭାରତ ସମାଜର ଅଧ୍ୟକ୍ଷ ପି. କେ. ରାମଚନ୍ଦ୍ର ମେନନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ମାଲୟାଲୀମାନଙ୍କ ଦ୍ୱାରା ପାଳିତ ଓଣମ ପର୍ବର ଗୁରୁତ୍ୱ ଏବଂ ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅଖିଳ ଭାରତୀୟ ମାଲୟାଲୀ ସଂଘ, ରାଉରକେଲା ଶାଖାର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ମାଲୟାଲୀ ମୂଳ ବାସିନ୍ଦାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ । ଏହି କାର୍ଯ୍ୟକ୍ରମରେ ମାଲୟାଲୀ ମୂଳ ବାସିନ୍ଦାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!