ପୋଷଣ ମାସ ପାଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ସେକ୍ଟର ଅଙ୍ଗନୱାଡି ତରଫରୁ ଯୋରକଣି ପ୍ରାଥମିକ ବିଦ୍ୟାଳୟପରିସରରେ ଶୁକ୍ରବାର ପୋଷଣ ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଗିଲ, ସମ୍ମାନିତ ଅତିଥିଭାବେ ଯାଞ୍ଚ କମିଟିର ସଭାପତି କୈଳାଶ ଚନ୍ଦ୍ର ପଟ୍ଟନାୟକ, ଓ୍ୱାଡ ସଭ୍ୟସଭ୍ୟା ଦେବାଶିଷ ସୁନ୍ଦରାୟ, ବଦନୀ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ସାଉରିଆ ସେକ୍ଟରର ସୁଜନପୁର ତୃପ୍ତିମୟୀ ପଟ୍ଟନାୟକ, ସାଉରିଆ ବିଷ୍ଣୁପ୍ରିୟା ରାଉତରାୟ, ଘନିପୁର ଦିପ୍ତିମୟୀ ଦେବୀ ପଞ୍ଚାୟତ ପ୍ରମୁଖଙ୍କ ସମେତ ୩ଟି ପଂଚାୟତର ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପୋଷଣର ପଞ୍ଚ ସୁତ୍ର, ବର୍ଯ୍ୟବସ୍ତୁର ବ୍ୟବହାରରେ ହାତ ତିଆରି ଖେଳଣା । ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ପାଇଁ ବିଭିନ୍ନ ପ୍ରକାର ସୁଷୁମ ଖାଦ୍ୟ । ଉତ୍ତମ ପୋଷଣ -ସୁସ୍ଥ ଜୀବନ, ମାଣ୍ଡିଆ ଓ ଖିରରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି କରାଯାଇଥିଲା । ଏଥିରେ ଭଲ ପ୍ରଦର୍ଶନ କରିଥିବା ମାଁ,୨-୩ବର୍ଷର ଶିଶୁ, ପ୍ରାକ୍ ବିଦ୍ୟାଳୟର ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ପୃଷ୍ଟିହୀନତାର ମୁକାବିଲା ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା, ଶିଶୁ, କିଶୋରୀ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଯାଉଥିବା ମା’ ମାନଙ୍କ ମଧ୍ୟରେ ପୃଷ୍ଟିହୀନତାର ମୁକାବିଲା କରିବାକୁ ପ୍ରତିଶୃତିବଦ୍ଧ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗିଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.