ଭାରତୀୟ ମଜଦୁର୍‌ ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଭାରତୀୟ ମଜଦୁର୍‌ ସଂଘ ୧୭ ସେପ୍ଟେମ୍ବର ଅଥବା ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରିଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର୍‌ ସଂଘ ପକ୍ଷରୁ ମହାଆଡମ୍ବରରେ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସକାଳ ସମୟରେ ବାରିଝୋଲା ଗ୍ରାମ ଠାରେ ବୃକ୍ଷରୋପଣ କରାଯାଇଥିଲା ଓ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା, ଭାରତ ମାତା, ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ମଣ ସହ ଦ୍ଵିପ ପ୍ରଜ୍ୱଳନ କରି ଶ୍ରମିକ ଗୀତ ଗାନ କରା଼ଯାଇ ସାରା ଦେଶରେ ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ଭାଇଭଉଣୀ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର୍‌ ସଂଘର ରାଜ୍ୟ ସଭାପତି ବାଦଲ କୁମାର ମହାରଣା, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସକ୍ଷମର ପଶ୍ଚିମ ପ୍ରାନ୍ତଃ ସଂରକ୍ଷକ ତଥା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବାଦଲ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ନଗର କାର୍ଯ୍ୟବାହ ବିଦ୍ୟାଭୂଷଣ ପଣ୍ଡା, ଇମ୍ପା କାରଖାନାର ବରିଷ୍ଠ ଲୋକସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଶ୍ରମିକ ନେତା ତଥା ଭାରତୀୟ ମଜଦୁର୍‌ ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସ ଯୋଗଦେଇ ଭାରତୀୟ ବିଚାରରେ ଭାରତ ଗଠନରେ ଏକ ଅଣରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହ ଭାରତୀୟ ବିଚାରରେ ସମର୍ପିତ ହୋଇ ଶୃଙ୍ଖଳିତ ଭାବେ ନିଜର କର୍ମମୟ ଜୀବନ ମଧ୍ୟରେ ଭାରତୀୟ ବିଚାର ଧାରାରେ ରାଷ୍ଟ୍ରହିତ, ଉଦ୍ୟୋଗହିତ, ଶ୍ରମିକ ହିତ ଏବଂ ତ୍ୟାଗ ତପସ୍ୟା ଆଉ ବଳିଦାନକୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର୍‌ ସଂଘକୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବାରେ ଶ୍ରମିକ ମାନଙ୍କ ଯେଉଁ ଅବଦାନ ରହିଛି ତାକୁ ସମ୍ମାନ ଦେବା ସହିତ, ମାତୃଶକ୍ତି ଆଜିର ଦିନରେ ନିଜ ପରିବାର, ନିଜ କର୍ମମୟ ଜୀବନ ମଧ୍ୟରେ ଭାରତୀୟ ମଜଦୁର୍‌ ସଂଘକୁ ଆଗକୁ ନେବାରେ ପାରଦର୍ଶିତା ରଖିଥିବାରୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନ ଜଣାଇ ଥିଲେ । ସରକାର ଆଜିର ଦିନରେ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ପାଚିକା, ପାଚିକା, ଆଶା ସାଥି, ଠିକା ଶ୍ରମିକ, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇଭଉଣୀ ମାନଙ୍କୁ ଅଣଦେଖା କରୁଥିବା ଏବଂ କଳକାରଖାନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଛଟେଇ କରାଯାଉଥିବା ଭଳି ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିବା ସହ ବିଶ୍ଵକର୍ମା ଜୟନ୍ତୀକୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୁପେ ଘୋଷଣା କରିବା ପାଇଁ ଦାବି କରିଥିଲେ । ଏହି ଅବସରରେ ରାୟଗଡ଼ା ପ୍ରତିଷ୍ଠିତ ୫ ଜଣଙ୍କୁ ବିଶ୍ଵକର୍ମା ଶ୍ରମ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜିଲ୍ଲା ସଭାପତି ମୋହନ ରାଓ ମାଝୀ ଏବଂ ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରର୍କର୍ସ ଆସୋସିଏସନ୍, ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ, ବିଶ୍ଵକର୍ମା ମଜଦୁର ସଂଘ, ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୁର୍‌ ସଂଘ, ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର୍‌ ସଂଘ, ଉତ୍କଳ ଆଲୁମିନା ମଜଦୁର ସଂଘ, ଜେ. କେ. ପେପର ମିଲ ମଜଦୁର୍‌ ସଂଘ, ଇମ୍ଫା ଠିକା ମଜଦୁର ସଂଘ, ପାଚିକା ସଂଘ, ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ, ରାୟଗଡ଼ା ଜିଲ୍ଲା ସ୍ୱାବଲମ୍ବୀ କାରିଗର ସଂଘ, ରାୟଗଡ଼ା ଜିଲ୍ଲା ପରିବା ବ୍ୟବସାୟ ସଂଘ, ମ୍ୟୁନିସିପାଲଟି ସଫେଇ ମଜଦୂର୍‌ ସଂଘ ଏବଂ ୧୧ଟି ବ୍ଲକରୁ ୨ ହଜାରରୁ ଅଧିକ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର୍‌ ସଂଘର ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଶ୍ରୀମତୀ ଉଷାରାଣୀ ଦାଶ, ଶ୍ରୀମତୀ ନେହା ସିଂ, ଧର୍ମ ସିଂହ ନାଗ, ଦୂର୍ଗା ମାଧବ ଘୋଷ, ଏମ୍‌. ରାମ ବାବୁ, ସୁନ୍ଦର ରାଓ କାଡ଼ାକା, ପ୍ରଦୀପ କୁମାର ସାହୁ, ଗୀତାଞ୍ଜଳୀ ହିଆଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.