ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ

  • ଜୀବନ ଜିଇଁବାର ସାମ୍ବିଧାନିକ ନୀତିନିୟମ ହେଉଛି ବେଦ
  • ଭାଗବତରେ ସାହିତ୍ୟ ର ସୁନ୍ଦରବୋଧ ରହିଛି : ଶ୍ରୀ ପାଣି

ରାଉରକେଲା, (ସସ୍ମିତା ପ୍ରଧାନ) : ଜୀବନ ଜିଇଁବାର ସାମ୍ବିଧାନିକ ନୀତିନିୟମ ହେଉଛି ବେଦ । ଭାଗବତରେ ସାହିତ୍ୟର ସୁନ୍ଦରବୋଧ ରହିଛି । ଭାଗବତ ହେଉଛି ଭଗବାନ ଓ ଭକ୍ତଙ୍କ ମଧ୍ୟରେ ସମ୍ପର୍କର ସେତୁ ବୋଲି ଅତିଥି ଓ ଆଲୋଚକମାନେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ । ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ନୋ ପ୍ରେସକିପସନ ପଏଣ୍ଟ ଠାରେ ସ୍ୱସ୍ତି ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଓଡ଼ିଆ ଜାତିର ପ୍ରାତଃ ସ୍ମରଣୀୟ ସିଦ୍ଧସାଧକ ଓଡ଼ିଆ ଭାଗବତର ସ୍ରଷ୍ଟା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଶିକ୍ଷାବିତ ରାଜକୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ବିଷୟବସ୍ତୁ ଉପରେ ପ୍ରାକ୍ କଥନ ରଖିଥିଲେ । ପରେ ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ. ଅଶ୍ୱିନୀ କୁମାର ରାୟ ଜଗନ୍ନାଥ ଦାସଙ୍କ ଜୀବନୀ ଓ ଭାଗବତ କବିଙ୍କ ସର୍ବଶ୍ରେଷ୍ଠ ରଚନା ବୋଲି ମତ ରଖିଥିଲେ ।ଏହା ସହ ନୈତିକ ଜୀବନ ଗଠନ କରିବା ଦିଗରେ ଭାଗବତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ । ଆଲୋଚକ କବି ରାଜୀବ ପାଣି ଏକ ମାର୍ମିକ ଆଲୋଚନା କରି କହିଲେ ଯେ ଜ୍ଞାନ ଓ ତତ୍ୱ ଦୃଷ୍ଟିରୁ ଭାଗବତ ବେଶ ସମୃଦ୍ଧ । ଭାଗବତରେ ସାହିତ୍ୟର ସୁନ୍ଦରବୋଧ ସହ ଏହା ବୈଷ୍ଣବମାନଙ୍କର ଶ୍ରେଷ୍ଠ ଗ୍ରନ୍ଥ ଓ ଜୀବନ ଜିଇଁବାର ସାମ୍ବିଧାନିକ ନୀତିନିୟମ ହେଉଛି ବେଦ ବୋଲି ମତ ରଖିଥିଲେ । ଏହା ସହ ଜ୍ଞାନଯୋଗ, ଭକ୍ତିଯୋଗ, ଶୁକଦେବ, ସଂସ୍କୃତରୁ ଓଡ଼ିଆ ଭାଗବତର ଭାବଗତ ଅନୁବାଦ, ଜଗନ୍ନାଥ ଦାସଙ୍କ ୩୮ ଖଣ୍ଡ ପୁସ୍ତକ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ । ମୁଖ୍ୟ ଅତିଥି ତଥା ବିଷୟ ବିଶେଷଜ୍ଞ ଡଃ. ପ୍ରଫୁଲ୍ଲ କୁମାର ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଧାକୃଷ୍ଣଙ୍କ ହାସ୍ୟରସରୁ ଭାଗବତ ସୃଷ୍ଟି । ଭାଗବତ ହେଉଛି ଭଗବାନ ଓ ଭକ୍ତଙ୍କ ମଦ୍ୟରେ ସମ୍ପର୍କର ସେତୁ ସଦୃଶ । ଏହା ସହ ବିଭିନ୍ନ ଶ୍ଳୋକ ମାଧ୍ୟମରେ ଭାଗବତର ଗୋଟିଏ ଶ୍ଳୋକ ନିର୍ଯ୍ୟାସ, କଳି ଓ ପରିକ୍ଷିତ ରାଜା, ଗୋପାଙ୍ଗନା ଓ କୃଷ୍ଣଙ୍କ ସାତ୍ତ୍ୱିକ ପ୍ରେମ, ଭାଗବତର ୪ ଟି ଶ୍ଳୋକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଡଃ. ସୁଶାନ୍ତ ପାଣି ଭାଗବତର ପ୍ରଥମ ଅଧ୍ୟାୟ ପାଠ କରିଥିଲେ । ଶେଷରେ ନୋ ପ୍ରେସକିପସନ ପଏଣ୍ଟର ମୁଖ୍ୟ ଡଃ. ବିଶ୍ୱଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନ୍ମୟୀ ପୁରୋହିତ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ନିରୁପମା ପତି, ଜ୍ୟୋସ୍ନାରାଣୀ ପାତ୍ର, ଡ଼ଃ. କିଶୋରୀ ଦାଶ, ଶର୍ମିଷ୍ଠା କବିଶତପଥୀ, ଡ଼ଃ. ଶକ୍ତିପ୍ରସାଦ ସାମନ୍ତରାୟ, ଶଙ୍କର ପ୍ରସାଦ ତ୍ରିପାଠୀ, ନବଘନ ସାହୁ, ଜି ବି ପଟ୍ଟନାୟକ, କିଶୋରୀ ମୋହନ କର, ନୀରଦ ଭୂଷଣ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ଅଜୟ କୁମାର ମହାନ୍ତି, ମନୋରଞ୍ଜନ ଦାଶ, ଭଜେନ୍ଦ୍ର ସାହୁ, ପ୍ରଫୁଲ୍ଲ ସାମଲ, ବିଭୁତି ଭୁଷଣ ଦାସ, ସୁରେଶ ଚନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ଦାସ, ହରିହର ଶତପଥୀ, ଏସ ପାଣି, ଲକ୍ଷ୍ମଣ ନାଥ ଦାସ, ହୃଷିକେଶ ବଳିଆର ସିଂହ, ବଦ୍ରିନାରାୟଣ ପାଢ଼ୀ, ରମାକାନ୍ତ ପାଣ୍ଡେ, ବିଜୟାନନ୍ଦ ଅଗ୍ରୱାଲ, ବିଶ୍ୱନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.