ନିଖିଳ ଉତ୍କଳ କୈବର୍ତ୍ତ ସମାଜର ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ ରାଉରକେଲାର ୨୪ତମ ପ୍ରତିଷ୍ଠା ଦିବସ ସେକ୍ଟର-୪ ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ପାଳିତ ହୋଇଯାଇଛି । କୈବର୍ତ୍ତ ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ଵ ଓ କାର୍ଯ୍ୟକାରୀ ସଭାପତି ନଟବର ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ସୁମନ ଦତ୍ତ, ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ବେହେରା ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ଵବୋଧକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ପ୍ରମୋଦ କୁମାର ବେହେରା ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ଐକ୍ୟବଦ୍ଧତା, ସମଭାବାପନ୍ନ ତଥା ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ମଧ୍ୟରେ କାମକରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାପତି ବେହେରା ରୌପ୍ୟଜୟନ୍ତୀ ପାଳନ ଅବ୍ୟବହିତ ପୂର୍ବରୁ ସମସ୍ତଙ୍କ ସହଯୋଗ କାମନା କରିଥିଲା ବେଳେ ସମ୍ପାଦକ ଭ୍ରମରବର ଆଗାମୀ ଓ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଇସ୍ପାତ କାରଖାନାରେ କାର୍ଯ୍ୟରତ କିଛି ସଦସ୍ୟଙ୍କ ପଦୋନ୍ନତି ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଉପସଭାପତି କୁମୁଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହ ସମ୍ପାଦକ ବନ୍ଧୁଆ ବେହେରା, ଅର୍ଜୁନ ଚରଣ ସାହୁ, ରବିନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ପବିତ୍ର ମୋହନ ବେହେରା, ଗୋପବନ୍ଧୁ ତରାଇ, ଅର୍ଜୁନ ଚରଣ ବେହେରା, ପ୍ରସନ୍ନ ମହାଳିକ, ସୁଧାଂଶୁ ଶେଖର ସାହୁ, ଜୟରାମ ବେହେରା, ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.