ପଦ୍ମପୁର ଏନ୍‌ଏସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୪ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୫ଟା ସମୟରେ ରାମଧୂନ, ସକାଳ ୭ଟା ସମୟରେ ଅଧ୍ୟକ୍ଷା ସାବିତ୍ରୀ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଏବଂ ସମସ୍ତ କାଉନ୍‌ସିଲ୍‌ଙ୍କ ଦ୍ୱାରା ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ୮ଟା ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ଆଜିର ପବିତ୍ର ସ୍ୱାୟତ୍ତ ଶାସନ ଦିବସରେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ କାଉନ୍‌ସିଲ୍‌ ଓ ନଗରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଷଦର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସକାଳ ୯ଟା ସମୟରେ ପଦ୍ମପୁର ସରକାରୀ ଡାକ୍ତରଖାନା ଓ ପଦ୍ମପୁର କୁଷ୍ଠାଶ୍ରମ ଠାରେ ଫଳ ବଣ୍ଟନ କରାଯାଇଥିଲା । ଅପରାହ୍ନ ୩ଟା ସମୟରେ ପଦ୍ମପୁର ରାଜାଜୀ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚବାନଙ୍କ ଯୋଗଦାନ ଦେଇ ସ୍ୱାୟତ୍ତ ଶାସନ ଦିବସର ସଭା ଅନୁଷ୍ଠିତ ହୋଇ ପୁରସ୍କାର ବିବରଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସମାଜରେ ବିଭିନ୍ନ ଖେତ୍ରରେ ପାରଦର୍ଶିତା ଥିବା ସମାଜସେବୀ, ବିଜ୍ଞାପିତ ଅଂଚଳ ପରିଷଦରେ ସେବା ଯୋଗାଉଥିବା କର୍ମଚାରୀ, ଅଧ୍ୟକ୍ଷା ଓ ସମସ୍ତ କାଉନ୍‌ସିଲ୍‌ ମାନଙ୍କୁ ସମ୍ମାନ, ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବପ୍ରସାଦ ବେହେରା ଯୋଗଦାନ ଦେଇ ପଦ୍ମପୁର ସହରର ଜନସାଧାରଣଙ୍କ ଧର୍ଯ୍ୟକୁ ପ୍ରଶଂସା କରିଥିଲେ । ସହରବାସୀ ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ ଏହି ଆଶାରେ ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତେ କାମକରି ଆଗକୁ ବଢ଼ିବାକୁ କହି ତାଙ୍କ ମତାମତ ବକ୍ତବ୍ୟ ଉପସ୍ଥିତ ରହିଥିଲେ । ବୈଠକ ପରେ ପରିଷଦ ତରଫରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଏଡିଏମ୍ ପୁରସ୍କାର ବିବରଣୀ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତା ମାନଙ୍କର କୃତି ପ୍ରତିଜିଗୀ ମାନଙ୍କୁ ଡିସିବି ବ୍ୟାଙ୍କ ପଦ୍ମପୁର ତରଫରୁ ପୁରସ୍କାର ବିତରଣରେ ସହଯୋଗ କରାଯାଇଥିଲା । ଏହା ସହ ୧୧ ଗୋଟି କାଉନ୍‌ସିଲ୍‌ ଭିତରେ ସ୍ୱଚ୍ଛ ଗୃହ ପରିଚଳନା କରୁଥିବା ୧୧ ଜଣ ଗୃହିଣୀ ସୁନନ୍ଦା ପଣା, ସ୍ମୃତି ନନ୍ଦ ବହିଦାର, ଜନ ଭୋଇ, ସାବିତ୍ରୀ ପାଣ୍ଡେ, ଚଞ୍ଚଳା ସାହୁ, ଅନୁପମା ସେଠ, ସାବିତ୍ରୀ ବନଛୋର, ସବିତା ବରିହା, ଜୟନ୍ତୀ ମେହେର, ଅଞ୍ଜନା ସାହୁ, ସେବତୀ ସାହୁ ପ୍ରମୁଖଙ୍କୁ ଓଡ଼ିଶା ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଦ୍ୱାରା ପ୍ରଦତ୍ତ ପ୍ରମାଣ ପତ୍ର ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନେଇ ସ୍ୱତନ୍ତ୍ର ଭାବରେ ଆୟୋଜିତ ହୋଇଥିବା ହୁଳହୁଳି, ରଙ୍ଗୋଲି, ଝୋଟି, ଶଙ୍ଖ ପୁଙ୍କା ପ୍ରଭୃତି କାର୍ଯ୍ୟକ୍ରମରେ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ୱଚ୍ଛତା ଯାନ ଚାଲକ ଭାବରେ ୫ ଜଣ ଯୁବତୀ ଓ ମହିଳାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ପଦ୍ମପୁର ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନେ ସମାଜକୁ ବାର୍ତ୍ତା ପ୍ରଦାନ କରି ସ୍ୱଚ୍ଛ ଭାରତ, ସଫେଇ କାର୍ଯ୍ୟକ୍ରମ, ରକ୍ତ ଦାନ, ପନୀୟଜଳ, ବୃକ୍ଷରୋପଣ ଉପରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ । ବିଜ୍ଞାପିତ ଅଂଚଳ ପରିଷଦର ଗୋଷ୍ଠୀ ସଗଠିକା ସଂଘମିତ୍ରା ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.