ନନ୍ଦଗାଓଁ ଗୋଶାଳାରେ ପ୍ରଥମ ଥର ପାଇଁ ଜନାଷ୍ଟମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନନ୍ଦଗାଓଁ ଗୋଶାଳା ସେକ୍ଟର-୧୪ ରାଉରକେଲାରେ ଆସନ୍ତା ଜନ୍ମାଷ୍ଟମୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗୋ-ମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ହେବାକୁଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଟ୍ରଷ୍ଟର ଅଧ୍ୟକ୍ଷ ଗନେଶ ବାଗାଡ଼ିଆ, ଉପାଧ୍ୟକ୍ଷା ମଞ୍ଜୁଦେବୀ ବାଗାଡ଼ିଆ ଏବଂ ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ ପ୍ରମୁଖ ଆୟୋଜନ ସମ୍ପର୍କରେ ସୂଚନା ଦେଇଛନ୍ତି । ସୋମବାର ଓ ମଙ୍ଗଳାବାର ଦୁଇଦିନ ଧରି ଆୟୋଜିତ ହେବାକୁଥିବା ଏହି ଭବ୍ୟ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆୟୋଜକମାନେ ସୂଚନା ଦେଇଛନ୍ତି । ଏହା ସହିତ ମଙ୍ଗଳବାର ହେବାକୁ ଥିବା ନନ୍ଦ ଉତ୍ସବ ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହି ଅବସରରେ ଗୋଶାଳାର ରକ୍ଷକ ତଥା ଟ୍ରଷ୍ଟର କୋଷାଧ୍ୟକ୍ଷ ସୁଶ୍ରୀ ଜୁଲି ମିଶ୍ର ଏବଂ କାର୍ଯ୍ୟକ୍ରମ ସଂଯୋଜିକା ଲିଲି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.