ଆଗଲପୁର ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଡୁଡୁକାସ୍ଥିତ ପଲ୍ଲୀଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳିତ ହୋଇଯାଇଛି । ଆଗଲପୁର ବ୍ଲକ ସାହିତ୍ୟ ଘର ସଭାପତି ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଗଲପୁର ଉଚ୍ଚ ମାଧ୍ୟମିକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଜୟନ୍ତ କୁମାର ସିଂହଦେଓ, ସମ୍ମାନିତ ଅତିଥି ଭାବେ ଡୁଡୁକା ସରପଞ୍ଚ ଅଶୋକ ପଟେଲ ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅଧିବକ୍ତା ତଥା ସମାଜସେବୀ ଘନଶ୍ୟାମ ସାହୁ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିଗଣ ମାଁ ସରସ୍ଵତୀଙ୍କଠାରେ ଦୀପ ପ୍ରଜ୍ୱଳନ କରିଥିଲେ । ତତ୍ପରେ ସଭାପତି ଉଦ୍ଦେଶ୍ୟଜ୍ଞାପନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ରକ୍ଷାବନ୍ଧନର ମହତ୍ତ୍ଵ ବିଷୟରେ କହିବା ସହ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ମଧ୍ୟ ସାହିତ୍ୟ ଘର ଓ ଆମ ଓଡ଼ିଶା ଅନୁଷ୍ଠାନର ଏହି ଜନସଚେତନତାକାରୀ କାର୍ଯ୍ୟକ୍ରମ ବେଶ୍ ପ୍ରେରଣାଦାୟୀ ବୋଲି କହିଥିଲେ । ଏହି ଅବସରରେ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀ, ମାତୃ-ପିତୃମଣ୍ଡଳୀ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହ ଆଜୀବନ ନିଶା ଠାରୁ ଦୂରେଇ ରହିବାକୁ ଶପଥ ନେଇଥିଲେ । ଶେଷରେ ସାହିତ୍ୟ ଘର ସଂପାଦକ ରାଧାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ । ସାହିତ୍ୟ ଘର ଉପସଭାପତି ମହେନ୍ଦ୍ର ପଟେଲ, ସହ ସଂପାଦକ ଲକ୍ଷ୍ମୀକାନ୍ତ ସାହୁ, ସଦସ୍ୟ ଅନାଦି ସେଠ୍, କୌସ୍ତଭ ଜାଲ, ସବ୍ୟସାଚୀ ନାଏକ ପ୍ରମୁଫଖ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ବ୍ଲକ ସମ୍ବାଦ ପ୍ରତିନିଧି ରଜନୀକାନ୍ତ ପଟେଲ ସଂଯୋଜନା କରିଥିଲେ ।

Leave A Reply

Your email address will not be published.