ହାପି ମୋମେଣ୍ଟସ୍‌ର ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆ ଓ ଆଦିବାସୀ ଏବଂ ଲୋକନୃତ୍ୟ ଆର୍ଟ ସେଣ୍ଟର, ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଏନ୍ଆଇଟିଟିର ଅଡିଟୋରିୟମ ଠାରେ ସମ୍ବଲପୁରୀ ଦିନ ପାଳନ କରାଯାଇଥିଲା । ହାପି ମୋମେଣ୍ଟସ୍‌ର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ସମାଜସେବୀ କମଲ ଅଗ୍ରୱାଲ, ବିଶିଷ୍ଟ ଅତିଥି ଭାବେ ନୃତ୍ୟଗୁରୁ ଆଲୋକ ପଣ୍ଡା, ରକ୍ ଯୋଗେସ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସମ୍ବଲପୁରୀ ଦିନ ଆୟୋଜନର ପ୍ରତିଷ୍ଠାତା ସଦସ୍ୟ ମାନସ ବକ୍ସି ଓ ଭବାନିଶ ଭୋଇ ଯୋଗ ଦେଇଥିଲେ । ଏହି ଅବସରରେ ସମ୍ବଲପୁରର ଗର୍ବ ଗୌରବ ସତ୍ୟନାରାୟଣ ବହିଦାର ସ୍ମୃତି ସମ୍ମାନ ୨୦୨୪ ସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସୁର ସଂଗମର ଗୁରୁ ପୁଲିନ୍ ରାଉତରାୟ ଓ ସାଥୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ପ୍ରତିଯୋଗିତା ଓ ଫେସନ୍‌ ସୋ ଆୟୋଜନ କରାଯାଇଥିଲା । ବିଚାରକ ଭାବେ ସୁଚିସ୍ମିତା ବିଶ୍ୱାସ, ପ୍ରତ୍ୟାଶା ପଟେଲ, ରଶ୍ମିତା ପଣ୍ଡା, ଆଲୋକ ପଣ୍ଡା, ରବର୍ଟ ହାଇଫିଲ୍, ରାହୁଲ ସୁନା, ରକ୍ ଯୋଗେସ ଦାୟିତ୍ଵ ତୁଲାଇଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଉପସଭାପତି ଶ୍ରୀ ରାଉତ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନ ତରଫରୁ ସମସ୍ତ ଅତିଥି ମାନଙ୍କ ସହ ସମାଜସେବୀ ଛଗନଲାଲ ଜୈନ, ପୁଲିନ ରାଉତରାୟ, ଅଜିତ ମୋହନ ପୂଜାରୀ, ପ୍ରତାପ ମହାନ୍ତି, ଝିଲିରାଣୀ ବାରିକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଦିବାକର ଦାସ, ସତ୍ୟମ୍ ମୋଦକ, ରଞ୍ଜନ ସାହୁ, ଲିତାଞ୍ଜଳୀ ପତି, ତରୁଲତା ସାମଲ, ସଲିତ ପତି, ସୋନୁ ତନ୍ତୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.