ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିଶିଷ୍ଟ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ସଂଜୀବିତ୍ ମଲ୍ଟି ସ୍ପେସିଆଲିଟି ହେଲଥ୍‌ର ମିଳିତ ଆନୁକୂଲ୍ୟରେ ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଆବାହକତ୍ୱ ଏବଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଉପଦେଷ୍ଟା ଡାକ୍ତର ଗୋକୁଳାନନ୍ଦ ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପରମାନନ୍ଦ ରଥ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରତିଭା ଷଡ଼ଙ୍ଗୀ ଉପସ୍ଥିତ ସମ୍ଭାବୀ ମା’ ମାନଙ୍କୁ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଅବହିତ କରି କହିଲେ ଯେ, ମା’ କ୍ଷୀରର ବିକଳ୍ପ ନାହିଁ । ସେମାନଙ୍କୁ ସଠିକ୍ ଏବଂ ବିଜ୍ଞାନସମ୍ମତ କୌଶଳ ବତେଇବା ସହ ଶିଶୁକୁ ସ୍ତନ୍ୟପାନ କରେଇବା ସମୟରେ ସତର୍କତା ଅବଲମ୍ବନ ଉପରେ ଆଲୋକପାତ କରିଥିଲେ । ଶ୍ରୋତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ଏହି ଶିବିରରେ କଲୋନୀରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କର୍ମୀ ମହିଳାମାନଙ୍କ ସହ ନିକଟବର୍ତ୍ତୀ ବସ୍ତି ମାନଙ୍କରୁ ଗର୍ଭବତୀ ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସମିତିର ସଦସ୍ୟା ନମିତା ଆଚାର୍ଯ୍ୟ, ଗୀତା ସେନାପତି, ସାବିତ୍ରୀ ଦାସ, ସୁପ୍ରିୟା ମହାନ୍ତି, ଗୀତା ମିଶ୍ର, ସ୍ନିଗ୍ଧା ସାମନ୍ତରାୟ, ମିନୁ ରାଣୀ ମହାପାତ୍ର, ପ୍ରୀତି କୁମାରୀ ସାହୁ ପ୍ରମୁଖ ସହାୟତା କରିଥିଲେ । ଶାନ୍ତି କୁସୁମ, ବିଜୟଲକ୍ଷ୍ମୀ ପ୍ରଧାନ, ରଞ୍ଜିତା ବାହାଲା, ଅର୍ସଲନି ମୁଣ୍ଡାରୀ, ରାଜଲକ୍ଷ୍ମୀ ପ୍ରଧାନ, ଫୁଲ ମଣି ମୁଣ୍ଡାରୀ, ବ୍ୟାସମଣି ମୁଣ୍ଡାରୀ, ଭାନୁ ପ୍ରିୟା ବେହେରା ଏବଂ ପ୍ରଭାବତୀ ମୁଣ୍ଡାରୀ ପ୍ରମୁଖ ବିଭିନ୍ନ ଅଙ୍ଗନୱାଡ଼ିର ସ୍ୱେଚ୍ଛାସେବୀ ଦିଦିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.