ରାଉରକେଲାରେ ପାଳନ ହେଲା ସମ୍ବଲପୁରୀ ଦିନ୍‌

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବଲପୁରୀ ଶାଢ଼ୀ ଆଉ ସମ୍ବଲପୁରର ସଂସ୍କୃତି କେବଳ ଓଡିଶା ନୁହେଁ ପ୍ରସାରିତ ହୋଇଛି ସମଗ୍ର ବିଶ୍ୱକୁ । ସମ୍ବଲପୁରୀ ନୃତ୍ୟ ଆଉ ସଂଗୀତ ସିନେମା ରାଜ୍ୟକୁ ମଧ୍ୟ ଖୁବ ପ୍ରଭାବିତ କରିଛି । ମାଁ ସମଲେଶ୍ୱରୀଙ୍କ ନାମ ସହିତ ଲୋକପ୍ରିୟତାର ଶୀର୍ଷକୁ ପହଁଚିଛି ଏହାର ଲୋକନୃତ୍ୟ ଓ ସାଂସ୍କୃତିକ ପର୍ବପର୍ବାଣୀ । ବନ୍ଧୁମାନେ, ଆଜି ଥିଲା ସମ୍ବଲପୁରୀ ଦିନ୍‌ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବଲପୁରୀ ଦିନ୍‌ ପାଳନ ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବଲପୁରୀ ଦିନ୍‌ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ମଧ୍ୟରେ ନୃତ୍ୟ, ସଙ୍ଗୀତ ସହିତ ନାଟକ ଆଦି ପ୍ରଦର୍ଶନ ହୋଇଯାଇଛି । ସମ୍ବଲପୁରୀ ଭାଷା ଓ ସଂସ୍କୃତିକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ ୧ ତାରିଖ ଦିନ ପାଳନ ହେଉଥିବା ସମ୍ବଲପୁରୀ ଦିନ୍‌ ପାଳନ ଅବସରରେ ସମ୍ବଲପୁରୀ ଭାଷା ଓ ସଂସ୍କୃତି ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ସମ୍ମାନୀତ ଅତିଥିଭାବେ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ମନୋଜ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ରାଉରକେଲା କ୍ଲବ୍‌ରେ ହୋଇଥିବା ଏହି କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଢ଼ୀଙ୍କ ସମେତ ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.